Latest Odisha News

BREAKING NEWS

ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଅଭିନେତା ସବ୍ୟସାଚୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ଟ୍ୱିଟରେ ଶୁଭେଚ୍ଛା ଜଣାଇଥିବା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ମୋଦି ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି ।
ଏହି ଅବସରରେ ସବ୍ୟସାଚୀ ତାଙ୍କୁ ଓଡିଆରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ଲେଖିଥିଲେ, ‘ସମ୍ମାନନୀୟ ନରେନ୍ଦ୍ର ମୋଦି ସାର୍ । ଆପଣଙ୍କୁ ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ସବୁ ମଙ୍ଗଳ କାର୍ଯ୍ୟ ସଫଳ କରନ୍ତୁ । ଭାରତ ଆତ୍ମନିର୍ଭରଶୀଳ ହେଉ, ଆପଣ ଦୀର୍ଘାୟୁ ହୁଅନ୍ତୁ । ’

କେବଳ ସବ୍ୟସାଚୀଙ୍କୁ ନୁହେଁ ଫିଲ୍ମ ନିର୍ମାତା କରୋନ ଜୋହର, ବଲିଉଡ ଅଭିନେତା ହ୍ରିତିକ ରୋଶନ, ଅଭିନେତ୍ରୀ ଅନୁଷ୍କା ଶର୍ମା, ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି, ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ଶୁଭେଚ୍ଛା ଟ୍ୱିଟରେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

କ୍ରିକେଟର ବିରାଟ କୋହଲିଙ୍କ ଟ୍ୱିଟର ଉତ୍ତର ଦେଇ ସେ କହିଛନ୍ତି , ଧନ୍ୟବାଦ ବିରାଟ କୋହଲି । ମୁଁ ଆପଣଙ୍କୁ ଓ ଅନୁଷ୍କାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ମୁଁ ନିଶ୍ଚିତ ଯେ,ଆପଣ ଦୁହେଁ ଭଲ ଅଭିଭାବକ ହୋଇପାରିବେ ।

Leave A Reply

Your email address will not be published.