Latest Odisha News

BREAKING NEWS

ଅକ୍ଟୋବର ୨ ଯାଏଁ ଏୟାର ଇଣ୍ଡିଆକୁ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖ ଯାଏଁ ଏୟାର ଇଣ୍ଡିଆ ବିମାନ ଉଡାଣକୁ ବାତିଲ କରିଛି ଦୁବାଇ ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଦୁବାଇ ଅଭିମୁଖେ ଯାଇଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ଥର କରୋନା ଆକ୍ରାନ୍ତ ବ୍ୟକ୍ତି ଥିବା ଜଣାପଡିଥିଲା । ଏପରିକି ଉକ୍ତ କରୋନା ରୋଗୀଙ୍କ ସମସ୍ତ ଚିକିତ୍ସା ଓ ତତସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବାକୁ ଦୁବାଇ ପକ୍ଷରୁ ଏୟାର ଇଣ୍ଡିଆକୁ କୁହାଯାଇଛି ।

ତେବେ ଦୁବାଇ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଚେତାବନୀ ପରେ ମଧ୍ୟ ଏୟାର ଇଣ୍ଡିଆ ୨ୟ ଥର ଏଭଳି କରିଥିଲା । ଆହୁରି ମଧ୍ୟ ଭାରତରୁ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ୯୬ ଘଣ୍ଟା ପୂର୍ବରୁ ହୋଇଥିବା ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଦେଖାଇବାକୁ ପଡିବ ।

ଯାହା ଫଳରେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦୁବାଇକୁ ଏୟାର ଇଣ୍ଡିଆ ବିମାନ ଯାଇ ପାରିବ ନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.