Latest Odisha News

BREAKING NEWS

ପଶ୍ଚିମବଙ୍ଗ ଦୁର୍ଗାପୂଜାରେ ଯୋଡ଼ି ହେବେ ମୋଦି, ଦଶହରାରେ ନିର୍ବାଚନ ଶୁଭ ଦେବ ବିଜେପି

କୋଲକାତା: ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗ ବାସିନ୍ଦାଙ୍କ ସହ ସିଧାସଳଖ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ସଲ୍ଟ ଲେକ୍ ପୂଜା ମଣ୍ଡପକୁ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହାସହ ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶୁଭ ପକାଇବ ।

ଦଶହରାରେ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଜଣାଇବେ ପୂଜାର ଶୁଭେଚ୍ଛା । ଆଜିର କାର୍ୟ୍ୟକ୍ରମର ସିଧାପ୍ରସାରଣ ପଶ୍ଚିମବଙ୍ଗର ସମସ୍ତ ୨୯୪ ବିଧାନସଭା କ୍ଷେତ୍ରରେ କରିବା ପାଇଁ ବ୍ୟବସ୍ଥା କରିଛି ବିଜେପି । ଏହାସହ ପ୍ରତି ବୁଥରେ ବି ମୋଦିଙ୍କ କାର୍ୟ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା ହୋଇଛି ।

ରାଜ୍ୟରେ ଥିବା ୭୮ ହଜାର ମତଦାନ କେନ୍ଦ୍ର ରହିଛି । ପ୍ରତି ବୁଥରେ ଲାଗିଛି ବଡ଼ ବଡ଼ ଟିଭି ସ୍କ୍ରିନ୍ । ଗୋଟିଏ ବୁଥରେ ୨୫ରୁ ଅଧିକ କର୍ମକର୍ତ୍ତା ଓ ସମର୍ଥଖ ସାମାଜିକ ଦୂରତା ରଖି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଦେଖିବେ ଓ ଶୁଣିବେ । ଏହି କାର୍ୟ୍ୟକ୍ରମ ସହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ ବିଜେପି ।

Leave A Reply

Your email address will not be published.