Latest Odisha News

BREAKING NEWS

ଦେଶରେ ୭୭ ଲକ୍ଷ କରୋନା ଆକ୍ରାନ୍ତ, ମହାମାରୀରେ ମଲେଣି ଲକ୍ଷେ ୧୬ ହଜାର

ନୂଆଦିଲ୍ଲୀ: ଦେଶରେ ୭୭ ଲକ୍ଷ ପାର କରିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୫୫ ହଜାର ୮୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬କୁ ବୃଦ୍ଧି ପାଇଛି ।

ଦିନକରେ ସାରା ଦେଶରେ କରୋନାରେ ଆଖି ବୁଜିଛନ୍ତି ଆଉ ୭୦୨ ଆକ୍ରାନ୍ତ । ମହାମାରୀରେ ମଲେଣି ମୋଟ୍ ୧ ଲକ୍ଷ ୧୬ ହଜାର ୬୧୬ ଜଣ । ମୃତ୍ୟୁହାର ରହିଛି ୧.୫୧% ।

ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ୭୯ ହଜାର ୪୧୫ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ଦେଶରୁ ୬୮ ଲକ୍ଷ ୭୪ ହଜାର ୫୧୮ ଆକ୍ରାନ୍ତ ସୁସ୍ଥ ହେଲେଣି ।

ଏଣିକି ଦୈନିକ କମୁଛି ଆକ୍ଟିଭ୍ କେସ୍ । ଏବେ ଦେଶରେ ୭ ଲକ୍ଷ ୧୫ ହଜାର ୮୧୨ଟି ଆକ୍ଟିଭ୍ କେସ୍ ରହିଛି । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୨୪ ହଜାର ୨୭୮ କମିଛି ।

Leave A Reply

Your email address will not be published.