ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସକାଳ ୧୦ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।
ଏନେଇ ଗତକାଲି ସେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ।
ପ୍ରାପ୍ତ ସୂଚନାନୁଯାୟୀ ଏବେ ସାରା ଦେଶରେ କରୋନା ମହାମାରୀ ବ୍ୟାପୁଥିବା ବେଳେ ଆଗକୁ ସବୁ ରାଜ୍ୟରେ ଲକ୍ଡ଼ାଉନ ବୃଦ୍ଧି ହେବ କି ନାହିଁ, ସେନେଇ ମୋଦୀ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦେଇପାରନ୍ତି।
ଯେଉଁଥିପାଇଁ ତାଙ୍କ ବାର୍ତ୍ତାକୁ ଜାଣିବା ଲାଗି ଜନସାଧାରଣ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାପରେ ପଞ୍ଜାବ ଏବଂ ରାଜସ୍ଥାନ ମଧ୍ୟ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନକୁ ବୃଦ୍ଧି କରିଛନ୍ତି ।
Comments are closed.