Latest Odisha News

ବାଣ ଫୁଟାଇ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:  ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଦୀପାବଳିକୁ ନେଇ ସାରା ଦେଶ ଉତ୍ସବମୁଖର । ସବୁଠାରେ ଦୀପ ଜଳାଇ ଆଜି ସମସ୍ତେ ପାଳନ କରୁଛନ୍ତି ଦୀପାବଳି ପର୍ବ । ସାରାଦେଶରେ ଆଲୋକର ପର୍ବ ଦୀପାବଳି ଧୁମଧାମରେ ପାଳନ କରାଯାଉଥିବା ବେଳେ ସୀମାରେ ଅହରହ ଦେଶକୁ ସୁରକ୍ଷା ଦେଇଆସୁଥିବା ସେନାର ଯବାନମାନେ ମଧ୍ୟ ଦୀପାବଳି ପାଳନ କରିଛନ୍ତି । ଆଜି ଦୀପାବଳି ଥିବାରୁ ଗତକାଲି ରାତିରୁ ହିଁ ଖୁସିରେ ଝୁମି ଉଠିଛନ୍ତି ଆମ ଯବାନ ଭାଇମାନେ ।

ଚାରିଆଡେ ମହମବତୀ ଜଳାଇ ଯବାନମାନେ ଚତୁଃପାଶ୍ୱ ଆଲୋକିତ କରିଥିଲେ । ଦୀପ ଜଳାଇ , ବାଣ ଫୁଟାଇ , ନାଚି ଗାଇ ସେନା ଯବାନମାନେ ଦୀପାବଳି ପାଳନ କରିଥିଲେ । ଜମ୍ମୁକାଶ୍ମୀରର ରଜୌରୀରେ ଯବାନ ମାନେ ବାଣ ଫୁଟାଇ ଦୀପାବଳି ମନାଇଛନ୍ତି । ସେହିପରି ଜମ୍ମୁରେ ନିଯୋଜିତ ଥିବା ସିଆରପିଏଫ ଯବାନ ମାନେ ଫଟକା ଫଟାଇବା ସହ ପରସ୍ପରକୁ ମିଠା ଖୁଆଇ ଦୀପାବଳୀରେ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଲଓସି ନିକଟରେ ମୋଦୀ ଯବାନଙ୍କ ସହ ଚଳିତବର୍ଷ ମଧ୍ୟ ଦୀପାବଳି ପାଳନ କରିଛନ୍ତି | ମୋଦୀ ଯବାନଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଭଲ ମନ୍ଦ ବାବଦରେ ପଚାରିବୁଝିଛନ୍ତି | ପ୍ରଧାନମନ୍ତ୍ରୀ ହେବା ପରେ ପ୍ରତିବର୍ଷ ସେନା ଯବାନଙ୍କ ସହ ଦିପାବଳୀ ପାଳୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଯବାନ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

Comments are closed.