Latest Odisha News

BREAKING NEWS

୨୨ ଲକ୍ଷ ୨୩ ହଜାର ଦୀପର ଚିକମିକ ଆଲୁଅରେ ଝଲସିଲା ରାମ ନଗରୀ

ନୂଆଦିଲ୍ଲ: ନୂତନ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟା ଦୀପୋତ୍ସବ ୨୦୨୩ । ଗତବର୍ଷ  ୧୮ ଲକ୍ଷ ୮୧ ହଜାର ଦୀପ ଜାଳି ରାମ ନଗରୀ ଯେଉଁ ରେକର୍ଡ ସୃଷ୍ଟି କରିଥିଲା ତାହା ଠାରୁ ଅଧିକ ଦୀପ ଚଳିତ ବର୍ଷ ପ୍ରଜ୍ଵଳିତ କରି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି । ତେବେ ଚଳିତବର୍ଷ ଦୀପୋତ୍ସବ କାର୍ଯ୍ୟକ୍ରମରେ ୨୨ ଲକ୍ଷ ୨୩ ହଜାର ଦୀପ ପ୍ରଜ୍ୱଳନ କରିଛି ଅଯୋଧ୍ୟା ନଗର । 

ଏହି ଅବସରରେ ଅନେକ ବଡ଼ ବଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୋଟିଏ ପଟେ ପ୍ରଭୁ ରାମଙ୍କ ସହ ଜଡିତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟ ପଟେ କଳାକାରମାନେ ସକାଳୁ ସକାଳୁ ବିଭିନ୍ନ ଲୋକ ନୃତ୍ୟରେ ଲୋକଙ୍କୁ ଆକର୍ଷିତ କରୁଥିଲେ । ସାଉଣ୍ଡ ଓ ଲେଜର ସୋ ଦେଖିବା ପାଇଁ ସେଠାରେ ହଜାର ହଜାର ଲୋକ ପହଞ୍ଚିଥିଲେ  । ଏହି ସମୟରେ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ସେଠାରେ ଦୀପାବଳିରେ ଅଯୋଧ୍ୟା ଲୋକଙ୍କୁ ଅଭିବାଦନ ଜଣାଇଥିଲେ ।

ତେବେ ଚଳିତ ବର୍ଷ ଅଯୋଧ୍ୟା ଦୀପୋତ୍ସବ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି । ଏହି ରେକର୍ଡ ସମୟରେ ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ଟିମ୍ ତରଫରୁ ଏକ ପ୍ରମାଣପତ୍ର ଦିଆଯାଇଛି । ଶହ ଶହ ସ୍ୱେଚ୍ଛାସେବୀ ଦଳ ୨୪ ଘଣ୍ଟା ଦୀପ ପ୍ରଜ୍ୱଳନ କରି ଘଣ୍ଟା ଘଣ୍ଟା ପରିଶ୍ରମ କରିଥିଲେ । ଅଯୋଧ୍ୟା ଦୀପୋତ୍ସଭ କାର୍ଯ୍ୟକ୍ରମରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ୟୁପି ଡେପୁଟି ସିଏମ କେଶବ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ ଏବଂ ୫୦ରୁ ଅଧିକ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅନେକ ନେତା ଅଂଶଗ୍ରହଣ କରିଥିଲେ । ସିଏମ୍ ଯୋଗୀ ଆଦିତ୍ୟନାଥ ସରାୟୁ ନଦୀର ଆରତୀ କରିଥିଲେ ।

 

Leave A Reply

Your email address will not be published.