Latest Odisha News

BREAKING NEWS

ଆସନ୍ତାକାଲି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଓ ଓଡ଼ିଶା ଆସି ଅମ୍ଫାନ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପରଖିବେ ।

“ପ୍ରଧାନମନ୍ତ୍ରୀ ମୋଦୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଏହି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ଥିତି ସମୀକ୍ଷା କରିବେ ।” ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର୍ ରେ ଏହା ପ୍ରକାଶିତ ହୋଇଛି ।

ଅଧିକ ପଢନ୍ତୁ: ଆକାଶ ମାର୍ଗରୁ ବାତ୍ୟା ‘ଅମ୍ଫାନ୍‌’ ପ୍ରଭାବିତ ଜିଲ୍ଲା ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଏହି ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏବଂ ଟ୍ୱିନ୍ ସିଟି ପୋଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଆଜି ରାତିରେ ମଧ୍ୟ ଏସପିଜି ର ଏକ ଟିମ୍ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଅଧିକ ପଢନ୍ତୁ: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ମୁକାବିଲା ନେଇ ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା

ଆଜି ମଧ୍ୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବାତ୍ୟା ପରବର୍ତ୍ତୀ ପରସ୍ଥିତିର ମୁକାବିଲା ଲାଗି ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କେନ୍ଦ୍ର ପକ୍ଷରୁ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି ।

ଇତିମଧ୍ୟରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଆକାଶମାର୍ଗରୁ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏଥିସହିତ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.