Latest Odisha News

ଆସନ୍ତା ଅକ୍ଟୋବର ୩ରେ ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୩ ତାରିଖ, ଦିନ ୧୦ଟା ସମୟରେ ହିମାଚଳ ପ୍ରଦେଶର ରୋହଟାଙ୍ଗରେ ବିଶ୍ୱର ଦୀର୍ଘତମ ଟନେଲ  ଅଟଳ ଟନେଲର ଉଦଘାଟନ କରିବେ ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ଅଟଳ ଟନେଲ ଉଦଘାଟନ ପରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର କହିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ ପ୍ରୋଟୋକଲ ଅନୁସାରେ ପାଳନ କରାଯିବ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଏହି ୯.୨ କିଲୋମିଟର ଟନେଲ ହେଉଛି ଦୁନିଆର ସବୁଠୁ ଲମ୍ବା ରାଜପଥ ଟନେଲ, ଯାହା ମନାଲିକୁ ଲାହଲ ସ୍ପିଟି ଉପତ୍ୟକା ସହିତ ବର୍ଷସାରା ସଂଯୋଗ କରିବ ।

ଏହାପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଉପତ୍ୟକା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଥିଲା ।

Leave A Reply

Your email address will not be published.