Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ୩୦୨ ଧାରା ଯୋଡିବ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ଆଇପିସି ଧାରା ୩୦୨ ଯୋଡିବା ପାଇଁ ବିଚାର କରୁଛି । ଏମ୍ସ ଟିମ୍ ସେମାନଙ୍କ ଯାଂଚ ରିପୋର୍ଟ ଦାଖଲ କରିବା ପରେ ଏହି କେସ୍ ଏବେ ଭିନ୍ନ ମୋଡ ନେଇଛି ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି । ସିଦ୍ଧାର୍ଥ ପିଠାନୀ ଓ ନୀରଜ ସରକାରୀ ସାକ୍ଷ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

କୁପର ହସପିଟାଲ ପୋଷ୍ଟମର୍ଟମରେ ସୁଶାନ୍ତଙ୍କ ମୃତ୍ୟୁର ସମୟ ନ ଲେଖିବା, ଏହାକୁ ଅଳ୍ପ ଆଲୁଅରେ କରାଯିବା ଓ ଭିସରା ରିପୋର୍ଟରେ ଡ୍ରଗ୍ସ ସମ୍ପର୍କରେ କୌଣସି ତଥ୍ୟ ନ ରହିବା ସିବିଆଇକୁ ସନ୍ଦେହରେ ପକାଇଛି । ଇତି ମଧ୍ୟରେ ଆଉ ଏକ ତଥ୍ୟ ସମ୍ମୁଖକୁ ଆସୁଛି ଯେ, ୧୩ ଜୁନ ରାତି ୨ଟା ୩ଟା ମଧ୍ୟରେ ରିୟା ଚକ୍ରବର୍ତି ସୁଶାନ୍ତଙ୍କୁ ଭେଟିଥିଲେ । ଏହାର ସତ୍ୟତା ସିବିଆଇ ଖୋଜୁଛି ।

Leave A Reply

Your email address will not be published.