ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର; ଆଜି କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍ଘାଟନ କରିବେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍ଘାଟନ କରିବେ। ଏହା ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର ହେବ। ଏହି ସମଗ୍ର ପାଇପଲାଇନର ଲମ୍ବ ପ୍ରାୟ ୪୫୦ କିଲୋମିଟର। ଯାହା ସିଧାସଳଖ ଭାବେ ଅନେକ ଜିଲ୍ଲାକୁ ଲାଭବାନ୍ କରିବ।
ସୂଚନାନୁସାରେ, ଏହି ପାଇପଲାଇନ ଏର୍ନାକୁଲମ, ତ୍ରିସୁର, ପାଲକ୍କଡ, ମାଲାପୁରାମ, କନ୍ନୁର ଏବଂ କାସରଗୋଡ ଜିଲ୍ଲାରୁ ବାହାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ସମୁଦାୟ ତିନି ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି।
ଏହି ପାଇପଲାଇନ ଯେଉଁ ଜିଲ୍ଲାଗୁଡ଼ିକ ଦେଇ ଯିବ ସେହି କ୍ଷେତ୍ରରେ ତଥା ବାଣିଜ୍ୟିକ ଏବଂ ଶିଳ୍ପ ୟୁନିଟ୍ ଗୁଡିକରେ ପ୍ରାକୃତିକ ଗ୍ୟାସ୍ ସୁବିଧା ପାଇପାରିବେ। ଏଥିସହ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦ୍ୱାରା ବାୟୁ ପ୍ରଦୂଷଣ କମିଯିବ। ଯାହା ବାୟୁର ଗୁଣବତ୍ତାକୁ ଉନ୍ନତ କରିବ। ଏହି ପାଇପଲାଇନ GAIL ଦ୍ୱାରା ନିର୍ମାଣ କରାଯାଇଛି। ଏହା ମାଧ୍ୟମରେ PNG, CNG କ୍ଷେତ୍ର ସିଧାସଳଖ ଲାଭ ପାଇବେ।
Comments are closed.