Latest Odisha News

ନୂତନ ସଂସଦ ଭବନ ନିର୍ମାଣ ପାଇଁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ପରିବେଶ ସୁରକ୍ଷା ତଥା ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କିଛି ସର୍ତ୍ତ ରଖି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ନିର୍ମାଣ କାର୍ୟ୍ୟ ଆରମ୍ଭ ପାଇଁ ହେରିଟେଜ୍ ସଂରକ୍ଷଣ କମିଟିର ଅନୁମୋଦନ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କମିଟିର ଅନୁମୋଦନ ପାଇବା ପାଇଁ ସୁପ୍ରିମକୋର୍ଟ ପ୍ରକଳ୍ପ ପ୍ରସ୍ତାବକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏଏମ୍ ଖାନଓ୍ୱିଲକର, ଜଷ୍ଟିସ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ ଖନ୍ନାଙ୍କ ତିନି ଜଣିଆ ଖଣ୍ଡପୀଠ । ପରିବେଶ ମନ୍ତ୍ରାଳୟ ଦ୍ୱାରା ନିର୍ଦ୍ଧାରିତ ଗାଇଡଲାଇନ୍ ଓ ନିୟମ ଭିତରେ ପ୍ରକଳ୍ପ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.