ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଦିନ ୧୨ଟା ସମୟରେ ଏହି ରେଳ ପ୍ଲାଟଫର୍ମର ଉଦ୍ଘାଟନ ହେବା ନେଇ ସୂଚନା ରହିଛି । କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଧା ସ୍ୱାମୀଜୀ ହୁବଲୀ ରେଳ ଷ୍ଟେସନରେ ନିର୍ମିତ ଏହି ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି ।
୧୫୦୭ ମିଟର ଲମ୍ବ ଏହି ପ୍ଲାଟଫର୍ମ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଏକ୍ସପ୍ରେସ ୱେ ନିର୍ମାଣ ଫଳରେ ବହୁତ ଲୋକ ଉପକୃତ ହେବେ । ଖୁବ୍ ଶୀଘ୍ର ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
World’s Longest Railway Platform.
PM @narendramodi Ji will dedicate to the nation tomorrow. pic.twitter.com/aHsuPjXFbX
— Ashwini Vaishnaw (@AshwiniVaishnaw) March 11, 2023
ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକ ଗସ୍ତ ସମୟରେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ (ସଡ଼କପଥର ଲୋକାର୍ପଣ କରିବେ) । ୧୧୮ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୮୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୂର୍ବରୁ ବେଙ୍ଗାଲୁରୁରୁ ମହୀଶୂର ଯିବାକୁ ପାଖାପାଖି ୩ଘଣ୍ଟା ଲାଗୁଥିବା ବେଳେ ଏହି ଏକ୍ସପ୍ରେସ ୱେ ନିର୍ମାଣ ଫଳରେ ତାହା ୭୫ ମିନିଟ୍କୁ ଖସି ଆସିବ। ମୋଦୀ ଏହି ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ କରିବା ସହ ମହୀଶୂର-କୁଶଳନଗର ୪ ଲେନ୍ ବିଶିଷ୍ଟ ରାଜପଥର ନିର୍ମାଣର ଶିଳାନ୍ୟାସ କରିବେ। ୯୨ କିମି ଦୂରତା ବିଶିଷ୍ଟ ଏହି ରାଜପଥ ନିର୍ମାଣରେ ୪୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାଜପଥ ନିର୍ମାଣ ହେଲେ ବେଙ୍ଗାଲୁରୁରୁ କୁଶଳନଗର ଯିବା ନିମନ୍ତେ ଅଢ଼େଇ ଘଣ୍ଟା ଲାଗିବ। ବର୍ତ୍ତମାନ ବେଙ୍ଗାଲୁରୁରୁ କୁଶଳନଗର ଯିବାକୁ ୫ ଘଣ୍ଟା ସମୟ ଲାଗୁଛି। କର୍ଣ୍ଣାଟକ ଗସ୍ତ କାଳରେ ମୋଦୀ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
Comments are closed.