Latest Odisha News

ଆଜି ‘ଇଣ୍ଡିଆ ଟଏ୍‌ ଫେୟାର୍‌ ୨୦୨୧’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ‘ଇଣ୍ଡିଆ ଟଏ୍‌ ଫେୟାର୍‌ ୨୦୨୧’ ର ଉଦ୍‌ଘାଟନ କରିବେ। ଏହି ସମାରୋହ ଡିଜିଟାଲ୍ ଭାବେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୧ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ମେଳାର ଉଦଘାଟନ କରିବେ।

ଆଜି ଅର୍ଥାତ୍‌ ୨୭ ଫେବୃଆରୀ ୧୧ ଟା ସମୟରେ ‘ଇଣ୍ଡିଆ ଟଏ୍‌ ଫେୟାର୍‌ ୨୦୨୧’ ର ଉଦଘାଟନ ହେବ। ଏହି ମେଳା କ୍ଷେତ୍ର ସହିତ ଜଡିତ ବିଭିନ୍ନ ହିତାଧିକାରୀଙ୍କୁ ଏକତ୍ର କରିବ। ଏହିପରି ଉଦ୍ୟମ ମାଧ୍ୟମରେ ଆମେ ଖେଳନା ଶିଳ୍ପର ପ୍ରୟାସରେ ଗତି ବଢାଇବାକୁ ଲକ୍ଷ୍ୟ ରଖିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଏକ ଟୁଇଟ୍‌ରେ କହିଛନ୍ତି।

ସରକାର ଏକ ପ୍ରକାଶନରେ କହିଛନ୍ତି ଯେ ପିଏମ ମୋଦୀଙ୍କ ଦର୍ଶନ ଅନୁଯାୟୀ ଟଏ୍‌ ଫେୟାର୍‌ର ଆୟୋଜନ କରାଯାଉଛି। ଯାହା ଶିଶୁର ସାମଗ୍ରିକ ବିକାଶରେ ଖେଳନାଗୁଡ଼ିକର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଗତ ବର୍ଷ ଅଗଷ୍ଟରେ ‘ମନ୍ କୀ ବାତ୍‌’ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତରେ ଖେଳନା ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।

୨୭ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ। ଏହାର ଲକ୍ଷ୍ୟ ହେଉଛି କ୍ରେତା, ବିକ୍ରେତା, ଛାତ୍ର, ଶିକ୍ଷକ, ଡିଜାଇନର୍ ଇତ୍ୟାଦି ସମସ୍ତ ହିତାଧିକାରୀଙ୍କୁ ଏକ ଭର୍ଚୁଆଲ୍ ପ୍ଲାଟଫର୍ମରେ ସ୍ଥାୟୀ ସଂଯୋଗ ସୃଷ୍ଟି କରିବା ଏବଂ ସାମଗ୍ରିକ ବିକାଶ ପାଇଁ ସଂଳାପକୁ ଉତ୍ସାହିତ କରିବା।

Comments are closed.