Latest Odisha News

BREAKING NEWS

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟା ବେଳେ ଭୂମି ପୂଜନ ରହିଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ଦୁଇ ଶହ ଅତିଥି । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ । ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ ହଜାର ୫୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେବ ।

ଏହାର ନିର୍ମାଣରେ ଖର୍ଚ୍ଚ ହେବ ପ୍ରାୟ ୯୭୧କୋଟି ଟଙ୍କା । ନୂଆ ସଂସଦ ଭବନ ଭୂକମ୍ପ ପ୍ରତିରୋଧକ ଓ ପେପରଲେସ୍ ହେବ । ପ୍ରତ୍ୟେକ ସାଂସଦଙ୍କୁ ଯୋଗାଇ ଦିଆଯିବ ଡିଜିଟାଲ ସୁବିଧା । ଏହି ସଂସଦ ଭବନର ନିର୍ମାଣ କାର୍ଯ୍ୟ ଟାଟା ଗ୍ରୁପ୍ କରିବ। ୨୦୨୨ ସୁଦ୍ଧା ନୂତନ ସଂସଦ ଭବନ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ନୂତନ ସଂସଦ ଭବନ ବିଶେଷତ୍ୱ

– ଭୂକମ୍ପ ପ୍ରତିରୋଧକ ବ୍ୟବସ୍ଥା ରହିବ
– ବିଲଡିଂ ଭିତରେ ୧୨ଶହ ସାଂସଦ ବସିପାରିବା ବ୍ୟବସ୍ଥା
– ଲୋକସଭା ଚାମ୍ପରରେ ୮୮୮ ଜଣ ସଦସ୍ୟଙ୍କ ବସିବା କ୍ଷମତା
– ରାଜ୍ୟସଭାର ସଦସ୍ୟଙ୍କ ପାଇଁ ୩୮୪ଟି ସିଟ୍
– ଭବିଷ୍ୟତରେ ଦୁଇଟି ଗୃହ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସିଟ୍ ବ୍ୟବସ୍ଥା
– ନୂତନ ବିଲ୍ଡିଂରେ ଏକ ବେସମେଣ୍ଟ୍, ଗ୍ରାଉଣ୍ଡ, ପ୍ରଥମ ଓ ଦ୍ୱିତୀୟ ମହଲା ରହିବ । ଏହାର ଉଚ୍ଚତା ପୁରୁଣା କୋଠା ସହିତ ସମାନ ହେବ
– ସମସ୍ତ ସାଂସଦଙ୍କ ପାଇଁ ଅଲଗା କାର୍ୟ୍ୟାଳୟ ଥିବା ନୂତନ ସଂସଦ ଭବନ ନିର୍ମାଣ କାର୍ୟ୍ୟ ସମୟରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ
– ପେପର ଲେସ୍ ହେବ ନୂଆ ବିଲଡିଂରେ ସବୁ ସାଂସଦଙ୍କ ଅଫିସ । ‘କାଗଜହୀନ କାର୍ୟ୍ୟାଳୟ’ ସୃଷ୍ଟି ଦିଗରେ ଅତ୍ୟାଧୁନିକ ଡିଜିଟାଲ୍ ଇଣ୍ଟରଫେସ୍ ସହିତ ଯୋଡ଼ାଯିବ
– ନୂତନ ବିଲ୍ଡିଂରେ ଭାରତର ଗଣତାନ୍ତ୍ରିକ ଐତିହ୍ୟ ବହନ କରୁଥିବା ସାମ୍ବିଧାନ ହଲ୍ ରହିବ ।
– ଲାଇବ୍ରେରୀ, ଏକାଧିକ କମିଟି କୋଠରୀ, ଡାଇନିଂ ଏରିଆ ଓ ପାର୍କିଂ ସ୍ଥାନ

 

Leave A Reply

Your email address will not be published.