Latest Odisha News

BREAKING NEWS

ନୂଆ ଲୁକରେ ବାଘ ଗଣନା କରି ବାହାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ ରୂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମୁଣ୍ଡରେ କଳା ହ୍ୟାଟ, ଖାକି ପ୍ୟାଣ୍ଟ ସହ ପ୍ରିଣ୍ଟେଡ ସାର୍ଟ, କଳା ଯୋତା ଓ ହାତରେ ଏକ ଜ୍ୟାକେଟ ଧରି ଚାଲୁଛନ୍ତି ମୋଦି । ଖୁବ ସ୍ମାର୍ଟ ଏବଂ ୟଙ୍ଗ ଲୁକିଂ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟରରେ ଏକ ଫଟୋ ସେୟାର କରାଯାଇଛି । ପିଏମଙ୍କର ଏହି ଫଟୋ ଏବେ ଭାଇରାଲ ହୋଇଛି ।

ପ୍ରକୃତ କଥା ହେଉଛି, ମୈଶୁରଠାରେ ଥିବା ବାନ୍ଦୀପୁରା ଓ ମୁଦୁମଲାଇ ଟାଇଗର ରିଜର୍ଭ ଫରେଷ୍ଟକୁ ୫୦ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି  ରିଜର୍ଭ ଫରେଷ୍ଟ ଗସ୍ତରେ ବାହାରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମିତି ନୂଆ ଲୁକରେ ଜଙ୍ଗଲ ସଫାରି ବାହାରିଛନ୍ତି ।

ରବିବାର ସକାଳେ ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ବାହାରିଥିବା ପିଏମଓ ପକ୍ଷରୁ ଜାରି ଏକ ତଥ୍ୟରୁ ସୂଚନା ମିଳିଛି । ଦିନ ୧୧ଟାରେ ବାଘ ଗଣନା ପରସଂଖ୍ୟାନରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଏଥିସହିତ  ବ୍ୟାଘ୍ର ସଂରକ୍ଷଣ ପାଇଁ ଅମୃତକାଳ ଭିଜନ ମଧ୍ୟ ଜାରି କରିବେ   ଇଣ୍ଟରନ୍ୟାସନାଲ ବିଗ୍ ଫ୍ୟାଟସ ଆଲିୟାନ୍ସ ମଧ୍ୟ ଜାରି କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏକ ଟୁଇଟ କରି କହିଥିଲେ, ‘ହାଇଦ୍ରାବାଦ ଓ ଚେନ୍ନାଇ କାର୍ଯ୍ୟକ୍ରମ ପରେ ମହୀଶୂର ଯିବି  । ଏପ୍ରିଲ ୯ରେ ସେଠାରେ ହେବାକୁ ଥିବା ପ୍ରୋଜେକ୍ଟ ଟାଇଗର୍ସର ୫୦ତମ  ବାର୍ଷିକଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବି ।’

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏପ୍ରିଲ ୬ରୁ ୯ ପର୍ଯ୍ୟନ୍ତ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟକୁ  ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗା ଯାଇଛି ।

Leave A Reply

Your email address will not be published.