ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମେ ୬ରେ ବ୍ରହ୍ମପୁର ଗସ୍ତରେ ମୋଦୀ ଆସିବେ ବୋଲି ସୂଚନା ମିଳିଛି। ବ୍ରହ୍ମପୁର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଏହାପୂର୍ବରୁ ବ୍ରହ୍ମପୁର ଗସ୍ତରେ ଗତ ସପ୍ତାହରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା।
ନିକଟରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ମୋଦୀ କହିଥିଲେ, ଓଡ଼ିଶାର ଖଣିଜ ସମ୍ପଦ ଭରପୁର ରହିଛି। ହେଲେ ରାଜ୍ୟର ଗୋଟିଏ ଦୀର୍ଘ ବର୍ଷର ସରକାର ରହିଥିଲେ ମଧ୍ୟ ଏହାର ଉପଯୋଗ ହୋଇପାରିନି। ବିଜେପିକୁ ଯଦି ରାଜ୍ୟବାସୀ କ୍ଷମତାକୁ ଆଣିବେ ୫ ବର୍ଷରେ ଓଡ଼ିଶା ଦେଶର ଅନ୍ୟତମ ଧନୀ ରାଜ୍ୟରେ ପରିଗଣିତ ହେବ ବୋଲି ସେ କହିଥିଲେ। ଏପରିକି ଓଡ଼ିଆ ଅସ୍ମିତାକୁ ନେଇ ଗୁରୁତ୍ବ ଦେଇଥିଲେ।
ନିର୍ବାଚନ ତାରିଖର ଅନେକ ଦିନ ପରେ ବି ବିଜେଡି ଓ ବିଜେପି ମେଣ୍ଟ ନେଇ ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସୋନପୁର ସଭାରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ ନବୀନ ସରକାକ ଏକ ଦୁର୍ନୀତିଗ୍ରସ୍ତ ସରକାର ବୋଲି କହି ଶାଣିତ ଆକ୍ରମଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗଂଜାମ ବିଜେଡିର ଗଡ଼। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ପ୍ରତିନିଧିତ୍ବ କରୁଛନ୍ତି। ଅନ୍ତିମ ନିର୍ବାଚନରେ ବିଜେପି ଏହି ଆସନରୁ ୩ ଲକ୍ଷ ୪୦ ହଜାରରୁ ଅଧିକ ଭୋଟ୍ ହାତେଇଥିଲା। ଏହି ଆସନକୁ ନିଜ ପକେଟକୁ ନେବା ପାଇଁ ବିଜେପି ସମସ୍ତ ପ୍ରୟାସ କରୁଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଆସନକୁ ଆସି ପ୍ରଚାର କରିଥିଲେ।
Comments are closed.