Latest Odisha News

BREAKING NEWS

ଫେବ୍ରୁଆରୀ ୩ ଓ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ ପୁଣି ୧୦ ତାରିଖରେ ମଧ୍ୟ ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ ଦୁଇଟି ବଡ଼ ମହିଳା ସମାବେଶ ଆୟୋଜନ ହେଉଛି । ଗୋଟିଏ ମଧ୍ୟପ୍ରଦେଶରେ ଏବଂ ଅନ୍ୟଟି ଓଡ଼ିଶାରେ ହେବ । ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶ ଆୟୋଜନ ହେବାକୁ ଯାଉଛି ।

ଏଥିରେ ବହୁ କେନ୍ଦ୍ରୀୟ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ତେଣୁ ଫେବୃଆରୀ ୧୦ ତାରିଖରେ ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୨୫ ହଜାର ମହିଳା ଏକାଠି ହେବେ । ସମାବେଶରେ ମହିଳା ମାନଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

Leave A Reply

Your email address will not be published.