ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସାର୍କ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ-୧୯ ତଥା ମହାମାରୀ କରୋନା ଭୂତାଣୁକୁ ଏକାଠି ମିଳିମିଶି ମୁକାବିଲା କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି ।
ଭିଡିଓ କନ୍ଫରେନ୍ସିଂରେ ସାମିଲ ହୋଇଥିବାରୁ ମୋଦୀ ସମସ୍ତ ରାଷ୍ଟ୍ର ସମୂହ ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ମୋଦୀ କରୋନା ମୁକାବିଲାର ମନ୍ତ୍ରୀ ଦେଇଛନ୍ତି । ପ୍ରସ୍ତୁତ ରୁହ, କିନ୍ତୁ ଛାନିଆ ହୁଅନି’ ବୋଲି କହିଛନ୍ତି । ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପି ସାରିଥିବାରୁ ସବୁ ରାଷ୍ଟ୍ରଗୁଡିକୁ ସତର୍କ ରହିବାକୁ ହେବ ବୋଲି ମୋଦୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏହି ମହାମାରୀର ମୁକାବିଲା ପାଇଁ ଭାରତରେ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଇଛି । କରୋନାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ଆମେ ବିଭିନ୍ନ ଦେଶରୁ ୧୪ଶହ ଲୋକଙ୍କୁ ସ୍ଥାନାନ୍ତର କରି ଆଣିଛୁ । ବର୍ତ୍ତମାନ ସୁଦ୍ଧା ଭାରତରେ ୧୫୦ରୁ କମ୍ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ମୋଦୀ କହିଛନ୍ତି ।
ଏହି ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତି ଡିଷ୍ଟାନ୍ସ ଏଜୁକେସନ୍ କ୍ଷେତ୍ରରେ ଭାରତର ସହାୟତା ମାଗିଥିଲେ। ଏଥି ସହ ସେ କହିଥିଲେ, କରୋନା ଗରିବ ଏବଂ ନିଷ୍ପେସିତଙ୍କ ଉପରେ ବଡ଼ ପ୍ରଭାବ ପକାଉଛି। ତେଣୁ ରୋଗ ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ମିଳିତ ଫ୍ରେମୱାର୍କ ତିଆରି କରିବାକୁ ହେବ।
ଏହି ସାର୍କ ସମ୍ମିଳନୀରେ ମୋଦୀଙ୍କ ବ୍ୟତୀତ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପୋକ୍ଷେ, ଭୁଟାନ ପ୍ରଧାନମନ୍ତ୍ରୀ ଲାଟେ ସେରିଂ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘାନି ଏବଂ ପାକିସ୍ତାନ ତରଫରୁ ଡକ୍ଟର ଜାଫର ମିର୍ଜା ଯୋଗ ଦେଇଥିଲେ ।
BREAKING NEWS
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଥରୁମ୍ରେ ନବଜାତ ଶିଶୁକନ୍ୟାକୁ ଫୋପାଡି ମା’ ଚମ୍ପଟ
- state of emergency: ଜଙ୍ଗଲରେ ଅଗ୍ନିକାଣ୍ଡ; ୧୮ ଜଣଙ୍କର ମୃତ୍ୟୁ , ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି
- ନେପାଳରେ ଆଚରଣ ସଂହିତା ଲାଗୁ , ସାଧାରଣ ନିର୍ବାଚନ ମାର୍ଚ୍ଚ ୫ରେ..
- Brown Sugar Seizure: ବ୍ରାଉନସୁଗାର ସହ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ, ୨ ଅଭିଯୁକ୍ତ ଅଟକ
- Bhitarkanika: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି; ୨୦ଟି ଧଳା କୁମ୍ଭୀର…
- ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…
- ସରିଗଲା କି ଜାଡେଜାଙ୍କ ଦିନିକିଆ କ୍ୟାରିୟର
- ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି
- ବଦଳିବ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ
- ଅନୀସ ବଜମୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର, ବିଦ୍ୟା ବାଲାନ
Comments are closed.