Latest Odisha News

BREAKING NEWS

କରୋନା ସତର୍କତା: ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ପୁରୀ: ପର୍ଯ୍ୟଟନସ୍ଥଳୀରେ କରୋନାଭାଇରସ ସଂକ୍ରମଣର ସତର୍କତା ଉପରେ ଦୃଷ୍ଟି ଦିଆଯାଇଛି । ରବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ବେଳାଭୂମିରେ ଭିଡ ନକରିବାକୁ କହିଛନ୍ତି ।

ସେ କହିଛନ୍ତି, “ପ୍ରଶାସନ ଜିଲ୍ଲାରେ ଚାଲୁଥିବା ପର୍ଯ୍ୟଟକଙ୍କ ବସ ଉପରେ ପ୍ରତିବନ୍ଧକ ଲଗାଇଦେଇଛି । ବିଶେଷ କରି ସେମାନଙ୍କ ପାଇଁ ଯେଉଁମାନେ ଏକାଠି ହୋଇ ଭ୍ରମଣ କରନ୍ତି । ବିପର୍ଯ୍ୟୟ ମୁକାବିଲା ଅଧିନିୟମ ୨୦୦୫ ଅଧିନରେ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସର୍ବନିମ୍ନ ୭ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।”

ତ୍ରୟୋଦଶ ଶତାବ୍ଦୀର ମନ୍ଦିରକୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ପର୍ଯ୍ୟଟକ ଦେଖିବାକୁ ଆସନ୍ତି । ସ୍ଥିତିର ଅନୁଧ୍ୟାନ ପରେ ଏହାକୁ ଖୋଲାଯିବାର ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.