Latest Odisha News

BREAKING NEWS

ଗୁଜରାଟ କଂଗ୍ରେସକୁ ଝଟ୍‌କା, ରାଜ୍ୟସଭା ନିର୍ବାଚନ ପୂର୍ବରୁ ୫ ବିଧାୟକଙ୍କ ଇସ୍ତଫା

ଅହମ୍ମଦାବାଦ: ରାଜ୍ୟସଭା ନର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଜୋରଦାର ଲାଗିଛି ଝଟକା । କଂଗ୍ରେସର ୫ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତିଙ୍କୁ ସେମାନେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିବା ବିଧାୟକଙ୍କ ନାଁ ଘୋଷଣା କରାଯିବ ।

ସୂଚନାଅନୁଯାୟୀ, ଇସ୍ତଫା ଦେଇଥିବା ୫ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଦୁଇ ଜଣ ଜେମି କାକଡିଆ ଓ ସୋମାଭାଇ ପଟେଲ ହୋଇପାରନ୍ତି ବୋଳି ଅନୁମାନ କରାଯାଉଛି । କାରଣ ଏ ଦୁହେଁ ନିର୍ବାଚନ ପୂର୍ବରୁ ଗାଏବ ଅଛନ୍ତି । ଏଥିସହ ମଙ୍ଗଳ ଗାବିତ ଓ ପ୍ରଦ୍ୟୁମ୍ନ ସିଂହ ଜାଡେଜା ମଧ୍ୟ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ସାମିଲ ଥିବା ସମ୍ଭାବନା ରହିଛି ।

ଅନ୍ୟପଟେ କଂଗ୍ରେସ ବିଧାୟକ ପ୍ରବୀଣ ମାରୁ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ପ୍ରବୀଣ ଏନେଇ ସୂଚନା ଦେଇଛନ୍ତି । ସେ ଦୁଇ ଦିନ ପୂର୍ବରୁ ଇସ୍ତଫା ଦେଇସାରିଥିବା କହିଛନ୍ତି ।

Leave A Reply

Your email address will not be published.