Latest Odisha News

BREAKING NEWS

କନ୍ଧମାଳ: ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ଜଙ୍ଗଲରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି ।

ଏଯାବତ୍ ମୃତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ ।

ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ମହାନିର୍ଦ୍ଦେଶକ, ଅପରେସନ, ଆର.ପି କୋଚେ କହିଛନ୍ତି, ଉକ୍ତ ଜଙ୍ଗଲରେ ମାଓବାଦୀ କ୍ୟାଡରର ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିବା ପରେ ଏସଓଜି ଓ ଡିଭିଏଫ୍ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇଥିଲା । ଜଙ୍ଗଲରେ ତଲାସି ଅଭିଯାନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲେ । ଏହି ଗୁଳିବିନିମୟରେ ଜଣେ ମହିଳା ମାଓମାଦୀ ନିହତ ହୋଇଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ ।

ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୩ଟି ଗ୍ରେନେଡ୍ ଓ ବିପୁଳ ପରିମାଣର ସାମଗ୍ରୀ ସହ ମାଓବାଦୀ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ଅପରପକ୍ଷରେ ଉକ୍ତ ମହିଳା ମାଓବାଦୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଆହୁରି ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଥିବା ନେଇ ଏଡିଜି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.