Latest Odisha News

BREAKING NEWS

ମୋଦିଙ୍କ ମନ୍ କି ବାତ୍: ଭୋକାଲ୍ ଫର୍ ଲୋକାଲ୍ ବାର୍ତ୍ତା, ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳନ୍ତୁ

ନୂଆଦିଲ୍ଲୀ: ମନ୍ କି ବାତରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଶହରା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦଶହରା କେବଳ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ନୁହେଁ । ସଙ୍କଟ ଉପରେ ବିଜୟର ଉତ୍ସବ ।

ମନ୍ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ପାର୍ବଣ ଋତୁ ଓ ଉତ୍ସବ ଆସୁଥିବାରୁ ଲୋକମାନେ କିଣାକିଣି କରିବେ । ଭୋକାଲ ଫର ଲୋକାଲ ବାର୍ତ୍ତା ମନେ ରଖି ଦେଶବାସୀଙ୍କୁ ସ୍ୱଦେଶୀ ସାମଗ୍ରୀ କିଣିବାକୁ ଆହ୍ୱାନ ଦେଇଛନ୍ତି । ଏହାସହ କରୋନା କାଳରେ ପାର୍ବଣ ମନାଇବା ବେଳେ ଅଧିକ ସତର୍କ ରହିବାକୁ ଲୋକଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ବୀର ଯବାନଙ୍କ ଅଦ୍ୟମ ସାହସ ଓ ଦେଶମାତୃକା ପ୍ରତି ସେମାନଙ୍କର ନିଷ୍ଠାପର ସେବା ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ, ଆମକୁ ସେହି ସାହସୀ ସୈନିକମାନଙ୍କୁ ମଧ୍ୟ ମନେ ରଖିବାକୁ ପଡିବ । ଯେଉଁମାନେ ଏହି ଉତ୍ସବ ସମୟରେ ମଧ୍ୟ ସୀମାରେ ମାଆମାଟିର ସେବା ଏବଂ ସୁରକ୍ଷା କରୁଛନ୍ତି । ସାହସୀ ପୁଅ ଓ ଝିଅମାନଙ୍କ ସମ୍ମାନାର୍ଥେ ଏକ ଦୀପ ଜାଳିବାକୁ ଦେଶବାସୀଙ୍କୁ ମନ୍ କି ବାତରେ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଖଦି ଉପରେ କହିଥିଲେ । ସେ କହିଥିଲେ, ଖଦି ଆଜି ଇକୋ-ଫ୍ରେଣ୍ଡଲି କପଡା ଭାବରେ ଜଣାଶୁଣା । ଏହା ମଧ୍ୟ ଶରୀର ପାଇଁ ଅନୁକୂଳ । ମେକ୍ସିକୋର ଓହାକା ସହର ବିଷୟରେ ଉଲ୍ଲେଖ କରି କହିଥିଲେ, ସେଠାରେ ଥିବା ଖଦି ଓହାକା ଖଦି ନାମରେ ପ୍ରସିଦ୍ଧ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓହାକାର ଜଣେ ଯୁବକ ମାର୍କ ବ୍ରାଉନ ଗାନ୍ଧିଜୀଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ମେକ୍ସିକୋ ଯାଇ ଖଦି କାମ ଆରମ୍ଭ କରିଥିଲେ।

Leave A Reply

Your email address will not be published.