Latest Odisha News

ମୋକମା ବିଧାସନଭା ସିଟରେ ରାମ-ରାବଣ ଲଢ଼େଇ ନେଇ ଚର୍ଚ୍ଚା

ମୋକମା: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋକମା ସିଟ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ରାମ-ରାବଣ ଲଢ଼େଇ ହେବ ବୋଲି କୁହାଯାଉଛି । ରାଷ୍ଟ୍ରୀୟ ଜନତା ଦଳର ବାହୁବଳୀ ଅନନ୍ତ ସିଂଙ୍କ ବିପକ୍ଷରେ ଛିଡା ହୋଇଛନ୍ତି ଜନତା ଦଳ ୟୁନାଇଟେଡର ସନ୍ଥ ରାଜୀବ ଲୋଚନ ନାରାୟଣ ସିଂ । ଅନନ୍ତଙ୍କ ବିରୋଧରେ ୩୮ ଅପରାଧୀକ ମାମଲା ରହିଛି । ଅପରପକ୍ଷରେ ରାଜୀବ ଲୋଚନ କାହାକୁ ଅପଶବ୍ଦ କହି ନାହାନ୍ତି ।

୨୦୦୫, ୨୦୧୦ରେ ଅନନ୍ତ ସିଂ ଜେଡିୟୁ ଟିକେଟରେ ଲଢ଼ି ଜିତିଥିଲେ । ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ପରେ ଦଳ ତାଙ୍କୁ ବାହାର କରି ଦେଇଥିଲା । ୨୦୧୫ରେ ସେ ସ୍ୱାଧୀନରେ ଛିଡା ହୋଇ ଜେଡୁୟୁ ଲଲ୍ଲନ ସିଂଙ୍କୁ ହରାଇଥିଲେ । ରାଜୀବ ଜଣେ କୃଷକ ନେତା ଏବଂ ତାଙ୍କ ବାପା ଅଟଳ ବିହାରୀ ବାଜପେୟୀଙ୍କ ବନ୍ଧୁ । ରାମ-ରାବଣ ମୁକାବିଲାରେ କିଏ ଜିତୁଛି ସମୟ କହିବ ।

Leave A Reply

Your email address will not be published.