Latest Odisha News

BREAKING NEWS

ୱାଶିଂଟନରେ ପିଏମ ମୋଦୀ; ଆଜି ଆମେରିକାର ଶ୍ରେଷ୍ଠ ୫ କମ୍ପାନୀର ସିଇଓଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କର ଆମେରିକା ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ବୈଠକ କରିବେ ଏବଂ କିଛି  କର୍ପୋରେଟସ୍‌ର ମୁଖ୍ୟଙ୍କ ସହ ଆଲୋଚନା କରିବେ ଯେଉଁଥିରେ ଭାରତରେ ପୁଞ୍ଜି ବିନିଯୋଗ କରିବାର କ୍ଷମତା ରହିଛି। ୱାଶିଂଟନରେ ପିଏମ ମୋଦୀ ଆଜି ଆମେରିକାର ଶ୍ରେଷ୍ଠ ୫ ଟି କମ୍ପାନୀର ସିଇଓଙ୍କୁ ଭେଟି ଆଲୋଚନା କରିବେ।

ଆମେରିକାରେ ପହଞ୍ଚିବା ପରେ ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି, “ୱାଶିଂଟନ ଡିସିରେ ପହଞ୍ଚିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡ ସୁଗାଙ୍କୁ ଭେଟିବି। ଏହାସହ ଶୀର୍ଷ କମ୍ପାନୀର ସିଇଓମାନଙ୍କୁ ଭେଟିବି ଏବଂ ସେମାନଙ୍କୁ ଭାରତରେ ଆର୍ଥିକ ସଫଳତା ଉପସ୍ଥାପନ କରିବି। “

Leave A Reply

Your email address will not be published.