Latest Odisha News

BREAKING NEWS

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; ଏହି ଖାସ ୨୪ ବ୍ୟକ୍ତିଙ୍କୁ ଭେଟିବେ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଅବସରରେ ଖାସ ୨୪ ଜଣଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କର ଏହି ସରକାରୀ ଗସ୍ତ ଅବସରରେ ଭାରତ-ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଲ ହୋଇପାରେ । ଏଥିସହିତ ଆମେରିକା ଟପ କମ୍ପାନୀର ମୁଖ୍ୟଙ୍କୁ ଭେଟି ପାରନ୍ତି । ଏମାନଙ୍କ ମଧ୍ୟରେ  ଟେସଲା ସିଇଓ ଏଲନ ମସ୍କ ବି ଅଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ-ଆମେରିକୀ ଗାୟକ ଫାଲଗୁନି ଶାହ, ନୋବେଲ ପୁରସ୍କାର ବିଜେତା ପାଲ ରୋମର, ଚନ୍ଦ୍ରିକେ ଟଣ୍ଡନ, ନିକୋଲସ ନସୀମ ତାଲେବ, ରେ ଡିଲିଓ, ଜେଫ ସ୍ମିଥ, ମାଇକେଲ ଫ୍ରୋମେନ, ଡାନିଏଲ ରସେଲ, ଏଲବ୍ରିଜ କୋଲବୀ, ଡା.ପିଟର ଆଗ୍ରେ ଏବଂ ଡା. ଷ୍ଟିଫନ କ୍ଲାସ୍କୋଙ୍କ ମଧ୍ୟ ଭେଟିବେ ।

ଏଲନ ମସ୍କଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ସାକ୍ଷାତକାର ହେବ । ନିକଟରେ ଦ ୱାଲ ଷ୍ଟ୍ରିଟ ଜର୍ନାଲରେ ଏକ ଇଣ୍ଟରଭ୍ୟୁ ଦେଇ ଟେସଲା କାର ଭାରତକୁ ଆଣିବା ପାଇଁ ଏଲନ ମସ୍କ ସଙ୍କେତ ଦେଇଥିଲେ । ସେ ଦୃଷ୍ଟିରୁ ମୋଦିଙ୍କର ଏହି ୨ୟ ଥର ସାକ୍ଷାତ ବେଶ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ, ଯଦି ସେ ଟେସଲାର ନୂଆ କାରଖାନା ପାଇଁ ଜାଗା ଖୋଜୁଥାନ୍ତି ତେବେ ଏହି ଜାଗା କ’ଣ ଭାରତ ହୋଇପାରେ ? ଏହାର ଉତ୍ତରରେ ମସ୍କ  ଭାରତ ଏଥିପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଥିଲେ । ଏହା ପୂର୍ବରୁ ବି ସେ ଟେସଲା କାରଖାନା ଭାରତକୁ ଆଣିବାକୁ ଚାହୁଁଥିବାର ସୂଚନା ଦେଇଥିଲେ । ତେବେ ଆମଦାନୀ ଶୁଳ୍କ ପ୍ରସଙ୍ଗ ନେଇ ଭାରତ ସରକାରଙ୍କ ସହ ତାଙ୍କର ସହମତି ହୋଇ ପାରି ନ ଥିଲା । ଭାରତ ଚାହୁଁଛି ଏଲନ ମସ୍କ ଭାରତରେ ଟେସଲା କାରଖାନା କରନ୍ତୁ କିନ୍ତୁ ମସ୍କ ଚାହୁଁଛନ୍ତି ତା ପୂର୍ବରୁ ଭାରତ କାର ଆମଦାନୀ କରି ମାର୍କେଟ ତିଆରି କରୁ ।

ସେହିପରି ମୁମ୍ବାଇରେ ଜନ୍ମିତ ଫାଲଗୁନୀ ଶାହ ଗାୟକ ଏବଂ ଗୀତିକାର ଅଟନ୍ତି । ପ୍ରତିଷ୍ଠିତ ଗ୍ରାମୀ ଆୱାର୍ଡ ଜିତିଥିବା ଫାଲଗୁନୀ ଏବେ ଆମେରିକାରେ ରହୁଛନ୍ତି । ଲୋକ ତାଙ୍କୁ ଷ୍ଟେଜ ନେମ ଫାଲୁ ନାମରେ ଜାଣନ୍ତି । ଫାଲଗୁନୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନନ୍ତି । ସେହିପରି ଚନ୍ଦ୍ରିକା ଟଣ୍ଡନ ଆମେରିକାର ଜଣେ ବ୍ୟବସାୟୀ ଅଟନ୍ତି । ସେ କ୍ୟାପିଟାଲ ଆସୋସିଏଟସର ଚେୟାର ପର୍ସନ ଅଟନ୍ତି ।  ଗ୍ରାମୀ ଆୱାର୍ଡ ପାଇଁ ନୋମିନେଟେଡ କଳାକାର ମଧ୍ୟ ଅଟନ୍ତି  ।

Comments are closed.