Latest Odisha News

BREAKING NEWS

‘ତାରକ୍ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକଙ୍କ ବିରୋଧରେ ଯୌନ ଶୋଷଣ ମାମଲା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହେତାକା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ଏଥିସହିତ ଧାରାବାହିକର ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ହେଲେ ପୋଲିସ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

ଦୀର୍ଘ ବର୍ଷ ହେଲାଣି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଆସୁଥିବା ଏହି ଧାରାବାହିକକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଗତ ମାସରେ ଜଣେ ଅଭିନେତ୍ରୀ ନିର୍ମାତା ଅସିତ କୁମାର ମୋଦି ଏବଂ କ୍ରୁର ଅନ୍ୟ ଦୁଇଜଣ ସଦସ୍ୟଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଣିଥିବା ଜଣେ ଅଭିନେତ୍ରୀଙ୍କ ବୟାନ ମୁମ୍ବାଇ ପୋଲିସ ରେକର୍ଡ କରିଛି । ଅନ୍ୟପକ୍ଷରେ ଅସିତ ମୋଦୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ସେଥିଲାଗି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

 

Leave A Reply

Your email address will not be published.