Latest Odisha News

BREAKING NEWS

ଆଜି ବି ସରଗରମ ରହିବ ସଂସଦ, ରାହୁଲଙ୍କୁ ମୋଦୀ କରିପାରନ୍ତି ଟାର୍ଗେଟ୍‌

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ସଂସଦ । ଆଜି ବି ବେଶ୍ ସରଗରମ ରହିବ ସଂସଦ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ପୂର୍ବରୁ ଏନଡିଏ ସଂସଦୀୟ ଦଳର ବୈଠକ ସରିଯାଇଛି। ପାର୍ଲାମେଣ୍ଟ ଅଧିବେଶନ ଭିତରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଠି ବିସ୍ତୁତ ରଣନୀତି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ପାଇଁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ନିତିନ ଗଡକରୀ, ଅମିତ୍ ଶାହାଙ୍କ ସମେତ ଏନିଡିଏ ସହଯୋଗୀ ମଧ୍ୟ ଉପସ୍ଥିତ ରହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ ପାଳିରେ ଆଜି ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (ଏନଡିଏ) ସଂସଦୀୟ ଦଳର ପ୍ରଥମ ବୈଠକୁ ସମ୍ବୋଧିତ କରିବେ। ତୃତୀୟ ଥର ପାଇଁ ସେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ସଂସଦର ପ୍ରଥମ ଅଧିବେଶନରେ ଶାସକ ଦଳର ସାଂସଦମାନଙ୍କୁ ତାଙ୍କର ପ୍ରଥମ ଭାଷଣ କ’ଣ ହେବ ସେ ନେଇ ସମସ୍ତଙ୍କର ନଜର। ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିବେ। ତେବେ ଅନ୍ୟପଟରେ ଆରମ୍ଭ ହେଇଯାଇଛି ଲୋକସଭା । ଅପରାହ୍ଣ ୪ଟାରେ ନିଜର ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ। ଏବେ ସମସ୍ତଙ୍କ ନଜର ରାହୁଲଙ୍କୁ କିଭଳି ଜବାବ ଦେବେ ମୋଦୀ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଲୋକସଭାରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଣୁ ଗୃହ ସରଗରମ ରହିବାର ସମ୍ଭାବନା ଅଛି। ଗତକାଲି ରାହୁଲ ଗାନ୍ଧୀ ଉଭୟ ବିଜେପି ଓ ଆରଏସଏସ୍‌କୁ କଡ଼ା ସମାଲୋଚନା କରିଥିଲେ। ଉଭୟ ଗୃହ ଭିତରେ ଓ ବାହାରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆଜି ରାହୁଲ ଗାନ୍ଧୀଙ୍କୁ ଏହାର ଜବାବ ଦେଇପାରନ୍ତି ନରେନ୍ଦ୍ର ମୋଦୀ। ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ତା’ସହ ରାହୁଲଙ୍କ ‘ହିନ୍ଦୁ ହିଂସା’ ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଛି।

ଆଜିର ବୈଠକ ବିଷୟରେ ବିଜେପିର ସମସ୍ତ ସଂସଦ ସଦସ୍ୟ ଏବଂ ଏହାର ସହଯୋଗୀମାନଙ୍କୁ ଅବଗତ କରାଯାଇଛି ଏବଂ ଏଥିରେ ଯୋଗଦେବାକୁ କୁହାଯାଇଛି। ୨୦୧୪ ମସିହାରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ​​ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ମୋଦୀଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ସରକାର ଗଢ଼ିବା ପାଇଁ ଏହାର ସହଯୋଗୀମାନଙ୍କ ଉପରେ ନିର୍ଭର କରିଥିଲେ।

Leave A Reply

Your email address will not be published.