Latest Odisha News

BREAKING NEWS

ପରପାରିରେ କବୀ ପ୍ରମିଳା ଶତପଥୀ

ବାଲେଶ୍ୱର : ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟର ଯଶସ୍ବୀ ପ୍ରତିଭା , ୨୯ ଖଣ୍ଡ କବିତା ସଙ୍କଳନର ସ୍ରଷ୍ଟା କବୀ ପ୍ରମିଳା ଶତପଥୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । କିଛିଦିନ ପୂର୍ବେ ସେ କରୋନାରେ ସଂକ୍ରମିତ ହୋଇଥି ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସ୍ବର୍ଗତଃ ଶତପଥୀ ଜଣେ ଉଚ୍ଚକୋଟୀର କବୀ ହେବା ସହ ଜଣେ ଧର୍ମପ୍ରାଣା ମହିଳା ଥିଲେ । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ତଥା ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ହୋଇଥିଲେ । ତାଙ୍କରି ମୃତ୍ୟୁରେ ବାଲେଶ୍ୱର ସହିତ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.