Latest Odisha News

BREAKING NEWS

ଆଜି ରାଷ୍ଟ୍ରୀୟ ଏକତା ଦିବସ, ଲୌହ ମାନବ ସର୍ଦ୍ଦା ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଆଜି ସାରା ଦେଶରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତକରିବା ଏବଂ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।

ଭାରତର ଏକତାକାରୀ ଭାବେ ପରିଚିତ ସର୍ଦ୍ଦାର ପଟେଲ ଦେଶ ସ୍ବାଧୀନ ହେବା ପରେ ୫୬୫ଟି ଦେଶୀୟ ରାଜ୍ୟରୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବେ ଦେଶ ଓ ଜାତି ପାଇଁ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ୧୯୯୧ରେ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୮୭୫ ଅକ୍ଟୋବର ୩୧ ତାରିଖରେ ଗୁଜୁରାଟର ନଦୀଆ ଠାରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ଦେଶକୁ ଏକତ୍ରିତ କରିବାରେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଥିଲେ ପଟେଲ । ସେଥିପାଇଁ ତାଙ୍କୁ ଲୌହମାନବର ଆଖ୍ୟା ଦିଆଯାଇଥିଲା ।

ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ପଟେଲ ଚୌକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ନୂଆଦିଲ୍ଲୀରେ ମେରା ମାଟି ମେରି ଦେଶ କାର୍ଯ୍ୟକ୍ରମ ଏବଂ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରନ୍‍ ଫର୍‍ ୟୁନିଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ରନ୍‍ ଫର ୟୁନିଟ୍‍ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।

ବିଏସ୍ଏଫ୍ ଓ ବିଭିନ୍ନ ରାଜ୍ୟ ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ପରେଡ୍ ର ଆୟୋଜନ କରାଯାଇଛି । ସିଆରପିଏଫ୍ ର ସବୁ ୭୫ ମହିଳା ବାଇକର୍ସ ଫ୍ଲାଗ ଇନ୍ ଓ ଡେୟାର ଡେଭିଲ ସୋ’ ଅନୁଷ୍ଠିତ କରିଥିଲେ । ସେହିପରି ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Leave A Reply

Your email address will not be published.