Latest Odisha News

BREAKING NEWS

PM Modi’s Programme: ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଜବରଦସ୍ତ କ୍ରେଜ୍‌! ୧ ଘଣ୍ଟାରେ ସବୁ ସିଟ୍‌ ବୁକ୍‌, ୪୨ ହଜାରରୁ ଅଧିକ ୱେଟିଂ ଲିଷ୍ଟରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ଗୁଜରାଟ ଭଦୋଦରା କାର୍ଯ୍ୟକ୍ରମକୁ ନେଇ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ। ବୁକ୍ ମାଇଁ ଶୋ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ ଜାରି ହୋଇଥିବା ବେଳେ ରେଜିଷ୍ଟ୍ରେସନ୍‌ ଖୋଲିବାର ମାତ୍ର ୧ ଘଣ୍ଟା ମଧ୍ୟରେ ସମସ୍ତ ସିଟ୍‌ ବୁକ୍‌ ହୋଇଯାଇଛି। ପରେ ୪୨ ହଜାରରୁ ଅଧିକ ଲୋକଙ୍କୁ ୱେଟିଂ ଲିଷ୍ଟରେ ରଖାଯାଇଛି। ଭଦୋଦରା ମ୍ୟୁନିସିପାଲ୍‌ କର୍ପୋରେସନ୍‌ ପକ୍ଷରୁ ମାଗଣା ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା କରାଯାଇଥିଲା। ଏଥର କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଡିଜିଟାଲ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ବ୍ୟବହାର ହେଉଛି। ରେଜିଷ୍ଟର କରିଥିବା ଲୋକଙ୍କୁ BookMyShow ଆକାଉଣ୍ଟ ମାଧ୍ୟମରେ ଡିଜିଟାଲ୍‌ ଏମ୍-ଟିକେଟ୍ ମିଳିବ। ଏଥିରେ ଥିବା ସୁରକ୍ଷିତ ଲାଇଭ୍ କ୍ୟୁଆର କୋଡ୍ ସ୍କାନ୍‌ କରି ଭେନ୍ୟୁରେ ପ୍ରବେଶ ଦିଆଯିବ।

ତେବେ ମୋଦିଙ୍କ ଏହି ଗସ୍ତରେ କେବଳ ସାଧାରଣ ସଭା ନୁହେଁ, ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ ହେବ। ପ୍ରମୁଖ ଭାବେ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର (WDFC)ର ୩ଟି ସେକ୍ସନ୍‌ ଲୋକାର୍ପିତ ହେବ। ମୋଟ ୩୨୬ ରୁଟ୍‌ କିଲୋମିଟର ଲମ୍ବା ଏହି ପ୍ରକଳ୍ପରେ ୨୦,୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହା ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ମାଲ ପରିବହନକୁ ଆହୁରି ସହଜ କରିବ।

ଏହାସହ ମୋଦି ବିଭିନ୍ନ ସ୍ଥାନରୁ ଫ୍ରେଟ୍‌ ଟ୍ରେନ୍‌ ସେବାର ଶୁଭାରମ୍ଭ କରିବେ। ଭଦୋଦରା-ତାଣ୍ଡା ରୋଡ୍‌ ମଧ୍ୟରେ ନୂଆ ପାସେଞ୍ଜର ଟ୍ରେନ୍‌ ସେବା ମଧ୍ୟ ଆରମ୍ଭ ହେବ। ଏଥିସହ ୩୨୯ କିଲୋମିଟର ଲମ୍ବା ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ, ଯାହାର ଆନୁମାନିକ ଖର୍ଚ୍ଚ ୯,୭୦୦ କୋଟିରୁ ଅଧିକ। ଭଦୋଦରା-ରତଲାମ୍‌ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍‌, ମିୟାଗାମ-କରଜନ-ଚୋରନ୍ଦା-ମାଲସର ଗେଜ୍‌ କନଭର୍ସନ୍‌ ଏବଂ ବିଶ୍ୱାମିତ୍ରୀ-ଦାଭୋଇ ରେଳ ଡବଲିଂ ପ୍ରକଳ୍ପ ଏଥିରେ ରହିଛି।

ସେହିପରି ପ୍ରାୟ ୧,୭୮୦ କୋଟି ଟଙ୍କାର ୩ଟି ନ୍ୟାସନାଲ୍‌ ହାଇୱେ ପ୍ରକଳ୍ପର ଶିଳାନ୍ୟାସ ହେବ। ଗୁଜରାଟ ସରକାରଙ୍କ ପ୍ରାୟ ୨,୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିଛି।

Leave A Reply

Your email address will not be published.