Latest Odisha News

BREAKING NEWS

ପରୀକ୍ଷା ଜୀବନର ଅଂଶବିଶେଷ , ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ମୋଦି

ଛାତ୍ରଛାତ୍ରୀଙ୍କୁ ପରୀକ୍ଷାର ମନ୍ତ୍ର ଦେଲେ ମୋଦି

 ଦିଲ୍ଲୀ :ପରୀକ୍ଷା ପେ ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।  ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୧ଟାରେ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସ୍କୁଲ ଛାତ୍ରଛାତ୍ରୀ ମାନେ ଭାଗନେଇ ପରୀକ୍ଷା ଟେନସନକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ।

BjdElectrycity

ମୋଦି ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଇଛନ୍ତି । ମୋଦି  ପରୀକ୍ଷା ପେ ଚର୍ଚ୍ଚାର ପଞ୍ଚମ ସଂସ୍କରଣରେ କହିଛନ୍ତି । ପରୀକ୍ଷା ଟେନସନରୁ ଛାତ୍ରଛାତ୍ରୀ ମାନେ ଦୂରରେ ରୁହନ୍ତୁ । ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ।ଅନ ଲାଇନ କି ଅଫ୍ ଲାଇନ ପାଠ୍ୟକ୍ରମ ସମସ୍ୟା ନୁହେଁ ମନ ନଲାଗିବା ହେଉଛି ସମସ୍ୟା । ପରୀକ୍ଷାକୁ ଜୀବନର ଛୋଟ ଅଙ୍ଗ ବୋଲି ଭାବନ୍ତୁ ।

ଅନ୍ୟକୁ ଅନୁକରଣ କରନ୍ତୁ ନାହିଁ । ନିଜ ଉପରେ ବିଶ୍ୱାସ ରଖନ୍ତୁ । ଏହି ସମୟରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ । ମୋଦିଙ୍କ ଟିପ୍ସ ଶୁଣି ଛାତ୍ରଛାତ୍ରୀ ମାନେ ମଧ୍ୟ ଖୁସି ପ୍ରକଟ କରିଛନ୍ତି ।

Leave A Reply

Your email address will not be published.