Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜାଳିଦେଲେ ପ୍ରତିମୂର୍ତ୍ତି, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଏ କି ସମ୍ମାନ ?

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ବିରୋଧ କରୁଥିବା ଗୋଷ୍ଠୀ ଉତକ୍ଷିପ୍ତ ହୋଇ ଆମ୍ବେଦରଙ୍କ ନବନିର୍ମିତ ମୂର୍ତ୍ତିରେ ନିଆଁ ଲଗାଇଦେଇଥିଲେ

ଭୁବନେଶ୍ୱର: ଜୟନ୍ତୀ ପୂର୍ବରୁ ଜଳିଲା ସମ୍ବିଧାନ ପ୍ରଣେତା ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ । ଉପସ୍ଥିତ ଥିଲା ପୋଲିସ, ତଥାପି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ ।

ଆଜି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ୍ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ବିରୋଧ କରୁଥିବା ଗୋଷ୍ଠୀ ଉତକ୍ଷିପ୍ତ ହୋଇ ଆମ୍ବେଦରଙ୍କ ନବନିର୍ମିତ ମୂର୍ତ୍ତିରେ ନିଆଁ ଲଗାଇଦେଇଥିଲେ ।

ଗୋଷ୍ଠୀ କନ୍ଦଳ ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ତେବେ ବୁଝାସୁଝା କରିବା ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ପୋଷାକରେ ନିଆଁ ଲାଗିଥିବା ଦୃଶ୍ୟ ଏହି ଭିଡିଓରେ କଏଦ ହୋଇଛି ।

ଆସନ୍ତା ୧୪ ତାରିଖରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହେବ । ଏହି ଅବସରରେ କିଛି ଲୋକେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ । ହେଲେ ବିପକ୍ଷ ଗୋଷ୍ଠୀର ଲୋକେ କଥାବାର୍ତ୍ତା ଆଳରେ ପ୍ରତିମୂର୍ତ୍ତିରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେବା ଘଟଣାକୁ ନେଇ ସମଗ୍ର ମହଲରୁ ନିନ୍ଦା ପ୍ରକାଶ ପାଇଛି ।

Leave A Reply

Your email address will not be published.