Latest Odisha News

BREAKING NEWS

ମସ୍କଙ୍କ ପୁଅଙ୍କ ସହ ମୋଦି, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ପୁଅଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି।ମୋଦୀଙ୍କ ଏହି ପୁରୁଣା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଫଟୋରେ ମୋଦୀ ଏକ୍ସର ମାଲିକ ଏଲନ ମସ୍କଙ୍କ ଦୁଇ ପୁଅଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। ଉକ୍ତ ଫଟୋରେ ମସ୍କଙ୍କୁ ବି ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ପ୍ରତିକ୍ରିୟା ରଖିଛନ୍ତି ମସ୍କ।

କ୍ୟାପସନରେ ଏଲନ୍ ମସ୍କ ତାଙ୍କର ଦୁଇ ପୁଅଙ୍କ ନାମ “ଡେମିଆନ୍ ଏବଂ କାଇ” ବୋଲି ଲେଖିଥିଲେ। ମସ୍କଙ୍କ ଏହି ଦୁଇ ସନ୍ତାନ ତାଙ୍କର ପ୍ରଥମ ପତ୍ନୀ କାନାଡାର ଲେଖକ ଜଷ୍ଟିନ୍ ମସ୍କଙ୍କର। ଭିଟ୍ରୋ ଫର୍ଟିଲାଇଜେସନ୍ ସାହାଯ୍ୟରେ ଏହି ଦମ୍ପତି ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଯାହାର ଦୁଇ ବର୍ଷ ପରେ ଏହି ଦମ୍ପତିଙ୍କର ତିନୋଟି ସନ୍ତାନ ଥିଲେ, କେୟା, ଡାମିଆନ୍ ଏବଂ ସେକ୍ସନ୍।

ତେବେ ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ଲକ୍ଷେରୁ ଅଧିକ ଥର ଦେଖାଯାଇଛି। ଏହି ପୋଷ୍ଟକୁ ବହୁତ ଲାଇକ୍ ମଧ୍ୟ ମିଳିଛି। ୟୁଜର୍ସ ଏକ୍ସ ରେ ଏହି ପୋଷ୍ଟରେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି।

 

Comments are closed.