ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କ ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଅଫିସର ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ରାତି ପାଖାପାଖି ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ @narendramodiକୁ ହ୍ୟାକ୍ କରିଥିଲେ ହ୍ୟାକର । ଯେଉଁଥିରେ ଟ୍ୱିଟ୍ କରି ବିଟ୍କଏନ ସଂପର୍କରେ ଲିଙ୍କ ସେୟାର କରାଯାଇଥିଲା ।
ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ ରହିଥିଲା, ଭାରତ ସରକାର ବିଟ୍ କଏନ୍ର ପ୍ରଚଳନକୁ ସରକାରୀ ଭାବେ ସ୍ୱୀକାର କରିଛନ୍ତି । ସରକାର ବି ୫୦୦ ବିଟ୍ କଏନ୍ କିଣି ଲୋକଙ୍କୁ ବାଣ୍ଟୁଛନ୍ତି । ଦୁଇ ମିନିଟ୍ ଯାଏଁ ଏହି ଟ୍ୱିଟ୍ ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ରହିବା ପରେ ଡିଲିଟ୍ ହୋଇଯାଇଥିଲା।
ପରେ ୨ଟା ୧୪ ମିନିଟରେ ଆଉ ଗୋଟିଏ ଟ୍ୱିଟ୍ କରାଯାଇଥିଲା । ସେହି ଟ୍ୱିଟ୍ ବି କିଛି ସମୟ ପରେ ଡିଲିଟ୍ ହୋଇଥିଲା । କିନ୍ତୁ ସେତେବେଳେକୁ ହ୍ୟାକରଙ୍କ ସ୍କ୍ରିନ୍ ସଟ୍ ଭାଇରାଲ୍ ହୋଇ ସାରିଥିଲା । ଏହାର ଘଣ୍ଟାଏ ପରେ ରାତି ୩ଟା ୧୮ ମିନିଟରେ ପିଏମଓ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ଦେଇଥିଲା ।
The Twitter handle of PM @narendramodi was very briefly compromised. The matter was escalated to Twitter and the account has been immediately secured.
In the brief period that the account was compromised, any Tweet shared must be ignored.
— PMO India (@PMOIndia) December 11, 2021
ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ଆକ୍ସନ ମୁଡକୁ ଆସିଛନ୍ତି ସରକାର । କିଏ କରିଥିଲା ହ୍ୟାକ୍ ? କେଉଁଠୁ ହ୍ୟାକ୍ ହୋଇଥିଲା ? ଏହାର ଯାଞ୍ଚ ଆରମ୍ଭ ହୋଇଛି । ଇଣ୍ଡିଆନ୍ କମ୍ପୁଟର ଇମର୍ଜେନ୍ସୀ ରେସପନ୍ସ ଟିମ୍ ବା CERT-IN ଟିମ୍ ଖୋଳତାଡ ଆରମ୍ଭ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଯାଞ୍ଚ ଚାଲିଛି ।
Comments are closed.