ନୂଆଦିଲ୍ଲୀ: ବି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । କ୍ରିପ୍ଟୋକରେନ୍ସି ଠାରୁ ଆରମ୍ଭ କରି ବ୍ୟବସାୟ କରିବା ସହଜ ପର୍ଯ୍ୟନ୍ତ ସେ ପ୍ରସଙ୍ଗ ଉପରେ କହିଥିଲେ। ଏହି ସମୟରେ ସେ ତାଙ୍କ ସରକାରଙ୍କ ନୀତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ସମସ୍ତ ଦେଶ ମଧ୍ୟରେ ବିଶ୍ୱାସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ସମଗ୍ର ଦେଶରେ ସେଲିବ୍ରେସନ ମାହୋଲ ରହିଛି । ଚଳିତ ବର୍ଷ ଅଗଷ୍ଟ ୨୩ରୁ ପାର୍ବଣ ଋତୁ ଆରମ୍ଭ ହୋଇଛି । କିନ୍ତୁ ଭାରତରେ ଆଗୁଆ ପାର୍ବଣ ଋତୁ ପାଳନ ହୋଇଛି । ଏହି ପାର୍ବଣ ଋତୁ ସମାଜ ଓ ବିଜନେସ ସେଲିବ୍ରେଟ କରିଛନ୍ତି । ଚନ୍ଦ୍ରରେ ଚନ୍ଦ୍ରଯାନ ପହଞ୍ଚିବା ହେଉଛି ଏହି ସେଲିବ୍ରେସନର କାରଣ । ଭାରତର ଲୁନାର ମିଶନ ସଫଳତା ପଛରେ ସ୍ପେସ ଏଜେନ୍ସିଂର ବଡ ଭୂମିକା ରହିଛି ଏହା ସହିତ ଭାରତର ଇଣ୍ଡଷ୍ଟ୍ରିର ସହଯୋଗ କରିଛି । ଅନେକ ପ୍ରାଇଭେଟ କମ୍ପାନୀ, ଏମଏସମି ଚନ୍ଦ୍ରଯାନ-୩ରେ ଲାଗିଥିବା ଉପକରଣକୁ ଧାର୍ଯ୍ୟ ସମୟରେ ଉପଲବ୍ଧ କରାଇଛନ୍ତି । ଏହା ସାଇନ୍ସ ଓ ଇଣ୍ଡଷ୍ଟ୍ରି ଦୁହିଁଙ୍କର ସଫଳତା । ଆର୍ଥିକ ବିକାଶକୁ ଦିଗ ଦେବ ଭାରତ । ବି୨୦ ବ୍ୟବସାୟ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବି୨୦ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଉପସ୍ଥିତ ବିଜନେସ ଲିଡର୍ସଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏକ ଲାଭଦାୟକ ମାର୍କେଟ ସେତେବେଳେ ହେବ ଯେବେ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସମାନତା ରହିବ । ଅନ୍ୟଦେଶକୁ ବଜାରୀକରଣ ପାଇଁ ବ୍ୟବହାର କରିବା କଦାପି କାମ କରିବ ନାହିଁ । ଏହା ଉତ୍ପାଦ କମ୍ପାନୀକୁ କ୍ଷତି ପହଞ୍ଚାଇବ । ସମସ୍ତଙ୍କୁ ସମାନ ସହଭାଗିତା କରିବା ଅଗ୍ରଗତିର ଏକ ମାର୍ଗ । ବ୍ୟବସାୟକୁ କିପରି ଗ୍ରାହକ କେନ୍ଦ୍ରୀୟ କରିହେବ ସେ ଦିଗରେ ସମସ୍ତଙ୍କୁ ଚିନ୍ତା କରିବାକୁ ହେବ । ବ୍ୟବସାୟୀମାନେ କେବଳ ଉପଭୋକ୍ତା ଅଧିକାର ଦିବସ ପାଳନ କରିବା ପରିବର୍ତ୍ତେ ଗ୍ରାହକଙ୍କ କେୟାର ଉପରେ ଅଧିକ ଫୋକସ କରିବା ଆବଶ୍ୟକ ବୋଲି କହିଛନ୍ତି ମୋଦୀ ।
କୁହାଯାଏ ଯେ ଯେତେବେଳେ କୌଣସି ବଡ ସଙ୍କଟ ଆସେ ସେ କିଛି ନା କିଛି ଶିକ୍ଷା ଦେଇଥାଏ । ୨-୩ ବର୍ଷ ତଳେ ଦୁନିଆକୁ ସବୁଠୁ ବଡ ମହାମାରୀର ସାମ୍ନା କରିବାକୁ ପଡିଛି । ଏହି ସଙ୍କଟ ଦୁନିଆର ସବୁ ଦେଶ, ସମାଜ, ପ୍ରତି ବିଜନେସ ହାଉସ, କର୍ପୋରେଟ ଏନଟିଡିକୁ ଶିକ୍ଷା ଦେଇଛି । ତାହା ହେଉଛି ପରସ୍ପର ବୁଝାମଣା, ବିଶ୍ବାସ । କୋରୋନା କାଳରେ ଭାରତ ସମ୍ବେଦନତାର ସହିତ ବିଶ୍ବାସର ପତାକା ନେଇ ଛିଡା ହୋଇଛି । ଭାରତ ଦୁନିଆକୁ ବିଶ୍ବାସ ଦେଇଛି । କୋରୋନା ସମୟରେ ୧୫୦ ଦେଶକୁ ମେଡିସିନ ଯୋଗାଇଛି । କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି । ଭାରତରେ ଗଣତାନ୍ତ୍ରିକ ମୂଲ୍ୟ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଦେଖିବାକୁ ମିଳିଛି । ଭାରତ ସହିତ ସମସ୍ତ ବ୍ୟବସାୟୀଙ୍କ ସହଭାଗୀତା ଗୁରୁତ୍ବପୂର୍ଣ୍ଣ । ଭାରତ ଇଣ୍ଡଷ୍ଟ୍ରିରେ ଡିଜିଟାଲ ବିପ୍ଳବର ଚେହେରା ହୋଇଛି । ବ୍ୟବସାୟର ସମସ୍ତ ସମସ୍ୟାର ସମାଧାନ ଭାରତ । ବିଶ୍ବାସ ଗ୍ଲୋବାଲ ଚେନ ନିର୍ମାଣରେ ଭାରତର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
Comments are closed.