କଚ୍ଛ: ପ୍ରଧାନମନ୍ତ୍ରୀ ମୋଦି ଏଥର ବି ଭାରତୀୟ ସୈନିକଙ୍କ ସହିତ ମିଶି ଦୀପାବଳି ପାଳିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଗୁଜୁରାଟ କଚ୍ଛରେ ପହଞ୍ଚି ସାରିଛନ୍ତି। ସବୁଥର ପରି ଏଥର ବି ପିଏମ୍ ମୋଦି ଦେଶର ରକ୍ଷକଙ୍କ ସହ ଦୀପାବଳି ପାଳିବେ ବୋଲି ନିର୍ଣ୍ଣୟ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆଜି କଚ୍ଛରେ ଭାରତୀୟ ସୈନିକଙ୍କ ସହ ଦୀପାବଳି ପାଳିବା ସହ ସେମାନଙ୍କୁ ମିଠା ବି ଖୁଆଇଛନ୍ତି।
ତେବେ ମୋଦିଙ୍କ ପାଇଁ ଏହି ଯାତ୍ରା ଖାସ୍ ଅଟେ। କାରଣ ପ୍ରଧାନମନ୍ତ୍ରୀ ହେବା ପରେ କଚ୍ଛ ଗସ୍ତ କରି ଯବାନଙ୍କ ସହ ପ୍ରଥମ ଥର ପାଇଁ ଦୀପାବଳି ପାଳନ କରିଛନ୍ତି। ଏହା ପୂର୍ବରୁ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଗୁଜରାଟର ସୈନିକଙ୍କ ସହ ଦୀପାବଳି ପାଳିଥିଲେ। ହେଲେ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ଗୁଜୁରାଟ ସୈନ୍ୟଙ୍କ ସହ ଦୀପାବଳି ପାଳିଛନ୍ତି ମୋଦି।
ତେବେ ଗତବର୍ଷ ମୋଦି ହିମାଚଳ ପ୍ରଦେଶରେ ସୈନ୍ୟଙ୍କ ସହ ଦୀପାବଳି ପାଳିଥିଲେ।