Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡିଆ ଟୁଡେ ନ୍ୟୁଜମେକର ଅଫ ଦ ଇୟର ସମ୍ମାନ

ନୂଆଦିଲ୍ଲୀ: ଜତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଏକ ସମ୍ମାନ । ମୋଦିଙ୍କୁ  ଇଣ୍ଡିଆ ଟୁଡେର ନ୍ୟୁଜ ମେକର ଅଫ ଦ ଇୟର-୨୦୨୩ ଭାବେ ମନୋନୀତ କରାଯାଇଛି । ଇଣ୍ଡିଆ ଟୁଡେର ଏଡିଟର ଇନ ଚିଆ ତଥା ଚେୟରପର୍ସନ ଅରୁଣ ପୁରୀ ଏବଂ ଗ୍ରୁପ ଏଡିଟୋରିଆଲ ଡାଇରେକ୍ଟର ରାଜ ଚେଙ୍ଗପାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ନ୍ୟୁଜ ମେକର ଅଫ ଦ ଇୟର ଭାବେ ତାଙ୍କୁ ମନୋନୀତ କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ହେଲ ଚଳିତବର୍ଷ ତାଙ୍କ ପାଇଁ ଅନେକ ନ୍ୟୁଜମେକର ଅଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଚାଷୀ, କାରିଗର, ଏଥଲେଟ ଏବଂ ନାଗରିକଙ୍କୁ ଚଳିତବର୍ଷର ନ୍ୟୁଜମେକର ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀମାନେ ଯେଉ ରେକର୍ଡ ସଂଖ୍ୟକ କୃଷିଜାତ ଫସଲ ଉପାଦନ କରିଛନ୍ତି ଏବଂ ବିଶ୍ୱରେ ମିଲେଟ କ୍ରାନ୍ତି ଆଣିଛନ୍ତି, ଆମର ଲୋକ ଯେଉଁମାନେ ଜି-୨୦କୁ ସାରା ଦେଶରେ ସଫଳ କରାଇଛନ୍ତି ସେମାନେ ନ୍ୟୁଜ ମେକର । ଆମର ବିଶ୍ୱକର୍ମା ଯେଉଁମାନେ ନିଜ କୌଶଳ ପାଇଁ ସଫଳତାର ଶିଖରରେ ପହଞ୍ଚିବା ପାଇଁ ଆଗେଇ ଚାଲିଛନ୍ତି, ଆମର ଆଥଲେଟ ଯେଉଁମାନେ ଏସିଆ ଗେମ ତଥା ଅନ୍ୟ ଟୁର୍ଣ୍ଣାମେଣ୍ଟରେ ଦେଶକୁ ଗୌରାବାନ୍ୱିତ କରିଛନ୍ତି ସେମାନେ ନ୍ୟୁଜ ମେକର ।

ପ୍ରଧାନମନ୍ତ୍ରୀ ଦେଶ ପାଇଁ ଦୀର୍ଘ ବର୍ଷ ଧରି ସେବା କରିବାର ସୁଯୋଗ ପାଇଥିବାରୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.