Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଲେ ଅଲିମ୍ପିଆନ୍

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିଆନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସରକାରୀ ବାସଭବନରେ ଅଲିମ୍ପିଆନଙ୍କ ପାଇଁ ଜଳଖିଆ ପାର୍ଟି ରଖିଥିଲେ । ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହ ଅଲିମ୍ପିକ୍ସ ଅନୁଭୂତି ସେୟାର କରିଛନ୍ତି ଖେଳାଳି ।

ଗୋଟିଏ ଟେବୁଲରେ ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଟଲର ପି. ଭି. ସିନ୍ଧୁଙ୍କୁ । ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଭେଟି ଦେଇଥିବା ପ୍ରଥମ ଭାରତୀୟ ଖେଳାଳି ସିନ୍ଧୁ । ଚଳିତବର୍ଷ ସେ ବ୍ରୋଞ୍ଚ ଜିତିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଆଜି ରିଓ ସିଲଭର ମେଡାଲ୍ ଓ ଟିକିଓ ବ୍ରୋଞ୍ଜ ମେଡାଲ୍ ଦେଖାଇଥିଲେ ।
ସେହିପରି ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହ ବେଶ କିଛି ସମୟ ସେ କଥା ହୋଇଥିଲେ ।

ସେହପରି ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ମେଡାଲ୍ ଆଣିଛି ଭାରତୀୟ ପୁରୁଷ ଟିମ୍ । ପୂରା ଟିମକୁ ଭେଟି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ହକି ଷ୍ଟିକ୍ ସହ ବ୍ରୋଞ୍ଜ ବିଜେତା ଟିମ୍ ସହ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଆଗାମୀ ଦିନରେ ଏମିତି ସଫଳତା ଆଣିବା ଦିଗରେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି କୁସ୍ତିଯୋଦ୍ଧାରେ ରୌପ୍ୟ ପଦକ ବିଜେତା ରବି କୁମାର ଦହିୟା ଓ ବଜରଙ୍ଗ ପୁନିଆଙ୍କୁ ବି ଶୁଭେଚ୍ଛା ଜଣାଇବା ସହ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏମାନଙ୍କ ସହ ବିନେଶ ଫୋଗତ, ଅଂଶୁ ମଲ୍ଲିକ, ସୀମା ବିଶଲା ଓ କୋଚ୍ ଜଗମନ୍ଦର ସିଂହ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭାରୋତ୍ତୋଳନରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ଓ ମହିଳା ବକ୍ସିଂରେ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବର୍ଗୋହେନଙ୍କୁ ବି ଭେଟି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଖେଳାଳିଙ୍କ କଥା ହେବା ସହ ସେମାନଙ୍କ ସହ ମିଶି ବ୍ରେକଫାଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ।
ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଚ ପଦକ ସହ ମୋଟ୍ ୭ଟି ମେଡାଲ୍ ଆଣିଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଗତକାଲି ସ୍ୱାଧୀନତା ଦିବସରେ ଭାରତୀୟ ଅଲିମ୍ପିଆନଙ୍କୁ ପ୍ରଂଶାସ କରିଥିଲେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.