Latest Odisha News

BREAKING NEWS

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୫୦ ଦିନ ବାକି ରହିଛି । ଏହା ପୂର୍ବରୁ ଅଲିମ୍ପିକ୍ସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ଯ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ମତ ରଖିଛନ୍ତି ।

କ୍ରୀଡାବିତ ଓ ସହାୟକ କର୍ମଚାରୀଙ୍କ ଟିକାକରଣ ସ୍ଥିତି ଉପରେ ମତ ଦେଇଛନ୍ତି ଅଧିକାରୀ । ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା କ୍ରୀଡାବିତ, ସହାୟକ କର୍ମଚାରୀ ଓ ଅଧିକାରୀଙ୍କୁ ଟିକାକରଣ କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଅଲିମ୍ପିକ୍ସ ଟିମ୍ ସହ ଯୋଡି ହୋଇ ସେମାନଙ୍କୁ ଉତ୍ସାହିତ କରିବେ ।

୧୧ଟି ବର୍ଗରେ ୧୦୦ ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏବଂ ଆହୁରି ୨୫ ଜଣ କ୍ରୀଡାବିତ୍ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି । ଯାହାର ତାଲିକା ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ ରିଓ ଡି ଜେନେରିଓରେ ଅନୁଷ୍ଠିତ ପାରା ଅଲିମ୍ପିକ୍ସରେ ମୋଟ୍ ୧୯ ଜଣ ଭାରତୀୟ କ୍ରୀଡାବିତ୍ ଅଂଶଗ୍ରହଣ କରିଥିଲେ । ଟୋକିଓ ଅଲିମ୍ପିକ୍ସ ପାଇଁ ୨୬ ଜଣ ପାରା ଆଥଲେଟ୍ ଯୋଗ୍ୟତା ହାସଲ କରିଥିବା ବେଳେ, ଆହୁରି ୧୬ ଜଣ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.