Latest Odisha News

BREAKING NEWS

କରୋନା ସଚେତନତା ରଥ ଏବଂ କରୋନା ମ୍ୟୁଜିକ ଭିଡିଓ ଉଦଘାଟିତ

ଭୁବନେଶ୍ୱର : ୟୁନିସେଫର ବୈଷୟିକ ଏବଂ ଆର୍ଥିକ ସହାୟତାରେ , ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ମହାମାରୀ କରୋନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କରୋନା ସଚେତନତା ରଥ ଏବଂ ଦୁଇଟି ନୂଆ କୋଭିଡ ସଚେତନତା ସଙ୍ଗୀତ ସହ ତିନିଗୋଟି ଅଡିଓ ଭିଜୁଆଲ ଉଦଘାଟିତ ହୋଇଯାଇଛି । ଏହି ରଥ ରାଜ୍ୟର ୧୦ ଟି ଜିଲ୍ଲା ଏବଂ ୨ ଟି ସହରାଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇବ ।

ଏଥିରେ ଥିବା  ଦୁଇଟି କୋଭିଡ ସଚେତନତା ସଙ୍ଗୀତ ‘ନାଗର ନାଗରୀ’ର ଗୀତ ଅବନୀ କୁମାର ମିଶ୍ର ଲେଖିଥିବା ବେଳେ ପବିତ୍ର ପଚ୍ଚନାୟକ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ‘ସେହିପରି ହାତ ଅଟେ ଅମୂଲ୍ୟ ରତ୍ନ’କୁ ବାସୁଦେବ ମାଳବିଶୋଇ ଗୀତ, ସଙ୍ଗୀତ ଏବଂ ସ୍ୱର ସଂଯୋଜନା କରିଛନ୍ତି । ଏହାସହ ବିଭିନ୍ନ ସେଲେବ୍ରିଟି ଯଥା ଅର୍ଚ୍ଚିତା, ସବ୍ୟସାଚୀ, କୁନା ତ୍ରିପାଠୀ, ଅରୁଣା ମହାନ୍ତି, ସୁଦର୍ଶନ ପଟ୍ଟନାୟକ ପ୍ରମୁଖଙ୍କର କରୋନା ସଚେତନଧର୍ମୀ ସ୍ୱତନ୍ତ୍ର ବାର୍ତ୍ତା ରହିଛି ।

ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏକ ସାଧାରଣ ସଭା ଆୟୋଜିତ ହୋଇଯାଇଛି । ଏଥିରେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗରୁ ରଞ୍ଜନ କୁମାର ଦାସ , ୟୁନିସେଫ୍ ପକ୍ଷରୁ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ ନେହେରୁ ଯୁବ କେନ୍ଦ୍ରରୁ ରୀତା ଭଗତ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ରଥ କଳାହାଣ୍ଡି, ନୂଆପଡା, ରାୟଗଡା, ମାଲକାନାଗିରି, କୋରାପୁଟ, ମୟୁରଭଂଜ, ସୁନ୍ଦରଗଡ, ଗଜପତି, ଖୋର୍ଦ୍ଧା, କଟକ ଏବଂ ଭୂବନେଶ୍ୱର ଏବଂ କଟକ ମୁନସିପାଲଟି କରପୋରେସନରେ ବୁଲି ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ କରାଇବ ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋୟୀ ସଂଯୋଜନା କରିଥିବା ବେଳେ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.