Latest Odisha News

BREAKING NEWS

ଅଭିନେତା ଇରଫାନ୍ ଖାନ‌ଙ୍କ ବିୟୋଗରେ ଶୋକପ୍ରକାଶ କଲେ ନବୀନ ଓ ମୋଦି

ଭୁବନେଶ୍ୱର: ବଲିଡଉର ଭର୍ସଟାଇଲ ଅଭିନେତା ଇରଫାନ୍ ଖାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁମୁଖୀ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ । ସେ ଜେଣ ଦକ୍ଷ ଅଭିନେତା ଥିଲେ । ସେ ଜଣେ ପ୍ରଫୁଲ୍ଲ ଚିତ୍ତାକର୍ଷକ ଅଭିନେତା ଥିଲେ ଏବଂ ସାରା ବିଶ୍ୱର ସିନେମା ପ୍ରେମୀମାନେ ତାଙ୍କୁ ଏବେ ସବୁ ଦିନ ପାଇଁ ମନେ ପକାଇବେ । ଶୋକସନ୍ତପ୍ତ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିନେତା ଇରଫାନ୍ ଖାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଇରଫାନ୍ ଖାନଙ୍କ ମୃତ୍ୟୁ ସିନେମା ଏବଂ ଥିଏଟର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ବହୁମୁଖୀ ପ୍ରଦର୍ଶନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା । ତାଙ୍କର ଆତ୍ମା ଶାନ୍ତିରେ ରହୁ ବୋଲି ସେ ଟ୍ୱିଟ କରି କହିଛନ୍ତି।

Comments are closed.