ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ୬୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ସେ ଦେଶର ବିଶାଳତା ଓ ବିବିଧତାକୁ ମନେ ପକାଇଛନ୍ତି । ଦେଶର ଜୈବ ବିବିଧତା ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଅଟେ । ଆମ ସମସ୍ତଙ୍କୁ ଏହାକୁ ସଂରକ୍ଷଣ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।
ଏଥିସହ ପ୍ରଧାନମନ୍ତ୍ରୀ ମୋଦ ‘ହୁନର ହାଟ’ର କଥା ମଧ୍ୟ କହିଛନ୍ତି । ହୁନର ହାଟ ଶିଳ୍ପକାରଙ୍କ ସ୍ୱପ୍ନର ଖଣ୍ଡିଉଡାକୁ ପର ଦେଇଛି । ଦିଲ୍ଲୀର ଏକ ଛୋଟ ସ୍ଥାନରେ ଆୟୋଜନ ହୋଇଥିବା ହୁନର୍ ହାଟରେ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ସମ୍ପର୍କର ବିବିଧତାର ଦର୍ଶନ ହୋଇଥାଏ ବୋଲି ସେ କହିଛନ୍ତି ।
ଦେଶରେ ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି । ସମାଜିକ ବାଧାବିଘ୍ନକୁ ଅତିକ୍ରମ କରି ମହିଳାମାନେ ପ୍ରତିଟି କ୍ଷେତ୍ରରେ ଶିଖର ଛୁଇଁବାରେ ଲାଗିଛନ୍ତି । ଏହା ଭାରତ ପାଇଁ ଗୌରବର ବିଷୟ ବୋଲି ମୋଦି କହିଛନ୍ତି । ଦେଶର ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ଯୋଗଦେବାରେ ଲାଗିଛନ୍ତି । ଏହା ଭାରତ ଲାଗି ନୂଆ ପରିବେଶ ସୃଷ୍ଟି କରୁଛି । ନୂଆ ଭାରତ ପଛକୁ ଫେରିବାକୁ ଇଚ୍ଛା ପ୍ରକାଶ କରୁନାହିଁ ବୋଲି ସେ କହିଛନ୍ତି ।
କେବଳ ସେତିକି ନୁହେଁ ମୋଦି ଶୀତଋତୁରେ ଭାରତ ଆସୁଥିବା ବିଦେଶୀ ପକ୍ଷୀଙ୍କ କଥା ମଧ୍ୟ କହିଛନ୍ତି । ଭାରତ ବାତାବରଣର ଆତିଥ୍ୟ ପାଇଁ ସାରା ଦେଶରୁ ଭିନ୍ନ ଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି । ନୀକଟରେ ଜୀବ ବୈଜ୍ଞାନିକ ମାଛର ଏକ ନୂଆ ପ୍ରଜାତୀର ସନ୍ଧାନ କରିଛନ୍ତି । ଏହି ମାଛ ମେଘାଳୟର ଗୁମ୍ଫା ଭିତରେ ରହିଥାନ୍ତି । ଏହି ସନ୍ଧାନ ଭାରତର ଜୈବ ବିବିଧତାକୁ ଏକ ନୂଆ ଦିଗ ଦେଖାଇବ ବୋଲି ମୋଦି କହିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.