Latest Odisha News

ବିପଦରେ ଟିମ୍ ଇଣ୍ଡିଆ, ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ

ୱେଲିଂଟନ: ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଟିମ୍ ଇଣ୍ଡିଆ ପୁନର୍ବାର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪ ଉଇକେଟ ବିନିମୟରେ ୧୪୪ ରନ କରି ନୁ୍ୟଜିଲାଣ୍ଡର ପ୍ରଥମ ଇନିଂସ ସ୍କୋରଠାରୁ ୩୯ ରନରେ ପଛରେ ରହିଛି । ମୟଙ୍କ ଅଗ୍ରୱାଲ ୫୮ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ ।

ତେବେ ପୃଥ୍ୱୀ ଶ(୧୪), ଚେତେଶ୍ୱର ପୂଜାରା(୧୧) ଓ ଅଧିନାୟକ ବିରାଟ କୋହଲି (୧୯) ପୁନର୍ବାର ବ୍ୟାଟିଂରେ ଫେଲ୍ ମାରିଛନ୍ତି । ନୁ୍ୟଜିଲାଣ୍ଡ ପକ୍ଷରୁ ଟ୍ରେଂଟ ବୋଲ୍ଟ ସବୁଠାରୁ ସଫଳ ବୋଲର ଭାବେ ୩ଟି ଉଇକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୬୫ ରନ କରିଥିଲା । ଏହାର ଜବାବରେ ନୁ୍ୟଜିଲାଣ୍ଡ ୩୬୫ ରନ କରି ଭାରତ ଉପରେ ଚାପ ପକାଇଥିଲା ।

Leave A Reply

Your email address will not be published.