Latest Odisha News

BREAKING NEWS

ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗାଁର ଜିତେନ୍ଦ୍ର ସାହୁ । ଅଭିଯୁକ୍ତ ପୀତବାସ ସାହୁକୁ ଅଟକ ରଖି ଖୋଳତାଡ କରୁଛି ପୋଲିସ ।

ଅଭିଯୋଗ ଅନୁସାରେ, ପାତ୍ରପଡ଼ା ଗାଁର ଜିତେନ୍ଦ୍ର ସାହୁ ଓ ପୀତବାସ ସାହୁଙ୍କ ମଧ୍ୟରେ ପୂର୍ବରୁ ଟଙ୍କା ନେଣଦେଣକୁ ନେଇ ବିବାଦ ରହିଥିଲା ।  ଶବହୁ ସମୟର ଉଭୟଙ୍କ ମଧ୍ୟରେ ଝଗଡା ହୁଏ । ଗତକାଲି ବି ଝଗଡା ହୋଇଥିଲା ।

ଜିତେନ୍ଦ୍ର ମଦ୍ୟପାନ କରି ପୀତବାସକୁ ଗାଳି ଗୁଲଜ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ପୀତାବାସ ଏକ ଟାଙ୍ଗିଆରେ ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ଜିତେନ୍ଦ୍ରଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ।

Leave A Reply

Your email address will not be published.