Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ଆଇନ ସାକ୍ଷରତା ଉତ୍ସବ ଆୟୋଜିତ; ଘରେ ବସି ଭାଗ ନେଇପାରିବେ ପ୍ରତିଯୋଗୀ

ଭୁବନେଶ୍ୱର: ଚଳିତ ଥର ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ଆଇନ ସେବା ଦିବସ । ଏହି ଅବସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ରାଜ୍ୟ ସ୍ତରୀୟ ଆଇନ ସାକ୍ଷରତା ଉତ୍ସବ ଆୟୋଜିତ କରାଯିବ ।

BjdElectrycity

ସୂଚନା ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଷ୍ଟୁଡେଣ୍ଟ ଲିଗାଲ୍ ଲିଟେରାସୀ କ୍ଲବ୍‌’ ମଧ୍ୟରୁ ୫ଟି ପ୍ରାନ୍ତରୁ ଶୀର୍ଷରେ ଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ କରାଯିବ ।

ଏହାଛଡା ଛାତ୍ରଛାତ୍ରୀମାନେ ଘରେ ବସି ପ୍ରବନ୍ଧ, ଚିତ୍ରାଙ୍କନ ଓ ଅଭିନୟ ଆଦିରେ ପ୍ରତିଯୋଗିତା କରିପାରିବେ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଚଳିତ ମାସ ଶେଷ ସପ୍ତାହରେ ଅନଲାଇନ୍ ଯୋଗେ ପୁରସ୍କତ କରାଯିବ ।

ତେବେ କୋଭିଡ-୧୯ ନିୟମାବଳୀକୁ ଦୃଷ୍ଟିରେ ରଖି ଉକ୍ତ ପ୍ରତିଯୋଗୀତାର କାର୍ଯ୍ୟସୂଚୀ ନିର୍ଣ୍ଣୟ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.