ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଘନ ଘନ ଓଡ଼ିଶା ଗସ୍ତରେ କେନ୍ଦ୍ରିୟ ବିଜେପି ନେତା । ଚଳିତ ନିର୍ବାଚନରେ ମୋଦିଙ୍କ ଫୋକସ୍ ରହିଛି ଓଡ଼ିଶା ଉପରେ ।ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନ ପ୍ରଚାର ଲାଗି ତୃତୀୟଥର ପାଇଁ ଆସନ୍ତା ୧୯ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ମୋଦି । ୧୯ ତାରିଖ ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ତାରିଖ ସକାଳ ୮ଟାରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀରେ ରୋଡ୍ ଶୋ କରିବେ ମୋଦି ।
ପୁରୀ ରୋଡ୍ ଶୋ’ ପରେ ସକାଳ ସାଢ଼େ ୯ଟାରେ ଅନୁଗୁଳରେ ଆୟୋଜିତ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଟକର କିଲା ପଡିଆରେ ଦିନ ସାଢେ ୧୧ ଟାରେ ଜନ ସଭାକୁ ସମ୍ବୋଧିତ କରିବେ ମୋଦି । ମୋଦିଙ୍କ ଗସ୍ତ ପୂର୍ବରୁ ୧୯ ତାରିଖ ଦିନ ଓଡିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆସନ୍ତା କାଲି ୩ଟି ଜାଗାରେ ସଭା କରିବେ ରାଜନାଥ । ପ୍ରଥମେ ରେଢାଖୋଲର ଏକ ସଭାରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ପରେ ପାଟଣା ଓ ଖୋର୍ଦ୍ଧାରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ।
ସେହିପରି ୨୧ ତାରିଖରେ ଗୃହ ମନ୍ତ୍ରୀ ଅମିତ ଶାହ ୪ଟି ଜାଗାରେ ସଭା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସକାଳେ ସମ୍ବଲପୁରରେ ସଭା କରିବେ ଅମିତ ଶାହ ପରେ କେନ୍ଦୁଝର ଓ ପର୍ଜଙ୍ଗରେ ହେବାକୁ ଥିବା ସଭାରେ ଯୋଗଦେବେ । ପର୍ଜଙ୍ଗ ପରେ ନୟାଗଡ଼ରେ ସଭାରେ ଯୋଗଦେବେ ଅମିତ ଶାହ । ଏନେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
Comments are closed.