Latest Odisha News

BREAKING NEWS

ଆସନ୍ତା ୨୯ରେ ଓଡ଼ିଶା ଆସିବେ ମୋଦି,ସୂଚନା ଦେଲେ ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର 

ଭୁବନେଶ୍ବର: ଚଳିତ ନିର୍ବାଚନ ପାଇଁ ବିଜେପିର ପୂରା ଫୋକସ ରହିଛି ଓଡ଼ିଶା ଉପରେ। କେନ୍ଦ୍ରୀୟ ବିଜେପି ନେତାମାନେ ଘନଘନ ଓଡିଶା ଗସ୍ତରେ ଆସି  ନିର୍ବାଚନୀ ପ୍ରଚାରକୁ ଆହୁରି ସରଗରମ କରାଉଛନ୍ତି । ଏହିମଧ୍ୟରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ।ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର  ।  କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି । ଚଳିତ ନିର୍ବାଚନ ଭିତରେ ମୋଦିଙ୍କ ଏହା ଚତୁର୍ଥଥର ଓଡ଼ିଶା ଗସ୍ତ ।

କହିରଖୁଛୁ, ପ୍ରଥମେ ମେ ୬ରେ ଓଡିଶାରେ ନିର୍ବାଚନ ପ୍ରଚାର କରିଥିଲେ ମୋଦି । ପରେ ମେ’ ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ମେ ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା ପରେ ୧୧ତାରିଖରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି । ଏହାପରେ ମେ ୧୯ ରେ ପୁଣି ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମେ ୨୦ ରେ ପୁରୀ ବଡ଼ଦାଣ୍ଡରେ ବିରାଟ ରୋଡ୍‌ ସୋ’ କରିବାପରେ  ଅନୁଗୁଳ , କଟକର ଜନସଭାରେ ଯୋଗ ଦେଇଥିଲେ ମୋଦି ।

ସେହିପରି ଆସନ୍ତା ୨୫ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ୪ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ଶାହା । ଗୃହମନ୍ତ୍ରୀଙ୍କ ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡା ସଭାରେ ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି ।

Comments are closed.