Latest Odisha News

BREAKING NEWS

ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାରେ ପୁଣି ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟ ହେବାରେ ଲାଗିଛନ୍ତି । ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।ଆମେରିକାର ଡାଟା ଇଣ୍ଟିଲିଜେନ୍ସି ଦ୍ୱାରା ପ୍ରକାଶିତ ମର୍ନିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ସର୍ଭେ ଅନୁସାରେ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି । ସର୍ଭେରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦି ୭୧ ପ୍ରତିଶତ ରେଟିଂ ହାସଲ କରିଛନ୍ତି ।

ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ୬୬ ପ୍ରତିଶତ ଅନୁମୋଦନ ମୂଲ୍ୟାୟନ ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ୬୦ ପ୍ରତିଶତ ଅନୁମୋଦନ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

୧୩ ଟି ବିଶ୍ୱ ନେତାଙ୍କ ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ୪୩ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି। କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ମଧ୍ୟ ୪୩% ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୪୧ ପ୍ରତିଶତ ରେ ଅଛନ୍ତି। ଇଟାଲି ,ଆମେରିକା.କାନାଡା ଓ ଅଷ୍ଟ୍ରେଲିଆ ଆଦି ଦେଶକୁ ପଛରେ ପକାଇ ଲୋକପ୍ରିୟତାରେ ମୋଦି ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

 

Comments are closed.