Latest Odisha News

BREAKING NEWS

ଧରାଦେଉନି ସୁନ୍ଦରୀ ବାଘୁଣୀ, ବନବିଭାଗର ଅକ୍ଳାନ୍ତ ଉଦ୍ୟମ ଜାରି

ଅନୁଗୁଳ/ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଗତ କିଛିଦିନ ଧରି ଛତିଶଗଡ଼ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ବନବିଭାଗ ସମେତ ବିଶେଷଜ୍ଞ ଦଳକୁ ସହଜରେ ଧରାଦେଉନି । ରାଜ୍ୟ ସରକାରଙ୍କ ବନ ବିଭାଗ ସମେତ ସୁନ୍ଦରୀକୁ କାବୁ କରିବାକୁ ଆସିଥିବା ବିଶେଷଜ୍ଞ ଦଳର ଦିନରାତି ଅକ୍ଳାନ୍ତ ପରିଶ୍ରମ ଏଯାଏଁ ଜାରି ରହିଛି ।

ସୁନ୍ଦରୀ ଘଞ୍ଚ ଜଙ୍ଗଲର ବୁଦା ଭିତରେ ଲୁଚିଛପି ଯାଉଛି । ତାହାର ଗତିବିଧିକୁ ତୀକ୍ଷ୍ଣ ନୀରିକ୍ଷଣ କରାଯାଉଥିଲେ ମଧ୍ୟ ବାଘୁଣୀଟି ଜଙ୍ଗଲ ମଧ୍ୟରେ ବିଶେଷ ଚଲାବୁଲା କରୁନାହିଁ । ଫଳରେ ଟ୍ରାଙ୍କୁଲାଇଜ କରିବାକୁ ବାଧା ସୃଷ୍ଟି ହେଉଛି । ସୁନ୍ଦରୀ କିନ୍ତୁ ଏବେ ଅଶନବାହାଲର ଘଞ୍ଚ ଜଙ୍ଗଲରେ ରହିଥିବାର ଜାଣି ପାରିଛନ୍ତି ବନବିଭାଗ । ଟ୍ରାପ୍ କ୍ୟାମେରା ମାଧ୍ୟମରେ ତାହାର ଗତିବିଧି ଉପରେ ଗୁରୁତ୍ୱ ଦିଆଯାଇ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଅବ୍ୟାହତ ରହିଛି ।

ଏପଟେ ବାହାରୁ ଆସିଥିବା ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଏବଂ ବନ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ବାଘୁଣୀ ଖୋଜାରେ ବ୍ୟସ୍ତ ରହିଛନ୍ତି ।

ଇତିମଧ୍ୟରେ ସୁନ୍ଦରୀକୁ ଠାବ କରିବା ଅଭିଯାନକୁ ୧ସପ୍ତାହ ମଧ୍ୟ ପୁରି ସାରିଛି । ଦକ୍ଷ ବନ ବିଭାଗର କର୍ମଚାରୀ ଏବଂ ଅଭିଜ୍ଞ ବିଶେଷଜ୍ଞ ଦଳ କିନ୍ତୁ ସେମାନଙ୍କର ଆତ୍ମବିଶ୍ୱାସ ହରାଇନାହାନ୍ତି ।

ବନବିଭାଗର ଦିନ ରାତି ପରିଶ୍ରମ ବୃଥା ନଯାଇ ବରଂ ଦୃଢ ବିଶ୍ୱାସ ସୁନ୍ଦରୀ ନିଶ୍ଚିତ ଧରାପଡ଼ିବ ।

ଛତିଶଗଡ଼ର ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରୁ ଆସିଥିବା ବିଶେଷଜ୍ଞ ଦଳର ସଦସ୍ୟ ପୂର୍ବରୁ କହିଛନ୍ତି, ବାନ୍ଧବଗଡ଼ ଜଙ୍ଗଲ ମଧ୍ୟରେ ବାଘକୁ ସହଜରେ ଟ୍ରାଙ୍କୁଲାଇଜ୍ କରାଯାଇପାରେ ।

ମାତ୍ର ସାତକୋଶିଆ ଜଙ୍ଗଲରେ ଘଞ୍ଚ ବୁଦା ରହୁଥିବାରୁ ବାଘୁଣୀଟି ଲୁଚିଯାଉଛି । ସେଠାରେ ହାତୀ ଉପରେ ବସି ବାଘକୁ ସହଜରେ ଟ୍ରାଙ୍କୁଲାଇଜ କରାଯାଇଥାଏ । ଏଠାରେ ମଧ୍ୟ ଟ୍ରାଙ୍କୁଲାଇଜରର ଉପଯୋଗ କରିବାକୁ ହାତୀର ସହଯୋଗ ନିଆଯାଇପାରେ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.